ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ ଅଭିଯୋଗ

0 68

ପିପିଲି ବ୍ଲକରେ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ



ପିପିଲି :ପିପିଲି ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ କୋଟିଏରୁ ଅଧିକ ଟଙ୍କା ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇ ଆସୁଥିବାବେଳେ ଆଜି ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ପିପିଲି ବ୍ଲକରେ ଚଢାଉ ସହ ଖୋଳତାଡ଼ ଆରମ୍ଭ ହୋଇଛି । ବିଶେଷକରି ପୋଖରୀ ଖୋଳା ଓ ବୃକ୍ଷ ରୋପଣରେ ବ୍ୟାପକ ଦୁର୍ନିତୀ ହୋଇଛି ଓ ଶ୍ରମିକ ବଦଳରେ ମେସିନ ଦ୍ୱାରା କାମ କରାଇ ଉକ୍ତ ଅର୍ଥକୁ ରାଜନେତା, ଯନ୍ତ୍ରୀ, ଅଧିକାରୀ ବାଂଟିକୁଂଟି ହରିଲୁଟ କରିଛ”ି ବୋଲି ସଙ୍ଗୀନ ଅଭିଯୋଗ ହୋଇଛି । ପୁରୀ ଭିଜିଲାନ୍ସ ଇନସପେକ୍ଟର ମଦନ ମୋହନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଆଜି ପ୍ରଥମେ ପିପିଲି ବ୍ଲକ ଅଫିସକୁ ଯାଇ ଉକ୍ତ ଯୋଜନାରେ କରାଯାଇଥିବା କାର୍ଯ୍ୟ ଗୁଡ଼ିକର ନଥିପତ୍ର ତନଖି କରିଥିଲେ । ତାପରେ ଚନ୍ଦ୍ରାଦେଇପୁର, ତେଇଶିପୁର ଓ ହାଟସାହି ଆଦି ପଂଚାୟତକୁ ଯାଇ ଉକ୍ତ ଯୋଜନାରେ କାର୍ଯ୍ୟ କରାଯାଇଥିବା ପୋଖରୀ ଆଦି କାର୍ଯ୍ୟର ତଦ” କରିଥିଲେ । ଗତ ଜୁଲାଇ ମାସରେ ରାଜ୍ୟ ପିସିସି ମୁଖପାତ୍ର ଆଇନଜିବୀ ନିଶିକା” ମିଶ୍ର ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ସହ ଭୁବନେଶ୍ୱର ଭିଜିଲାନ୍ସ ଏସପି ତଥ୍ୟଭିତିକ ଅଭିଯୋଗ କରିଥିଲେ । ତେବେ ତଦ” ଓ ମେଜରମେଂଟ ଯାଂଚ ପରେ ଅନିୟମିତତା ପ୍ରମାଣ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇନସପେକ୍ଟର ଶ୍ରୀ ପ୍ରଧାନ କହିଛ”ି ।

Leave A Reply

Your email address will not be published.