୧୩୦ କେଜି ଚୋରା ଗଞ୍ଜେଇ ଜବତ,୨ ଗିରଫ

0 79

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅଧିନସ୍ଥ ଅନୁଗୁରୁ ପଞ୍ଚାୟତ ସ୍ଥ୍ିତ ଜାମୁସାହି ଠାରେ ଜଣେ ବ୍ୟକ୍ତିଙ୍କ ଗୃହରୁ ପୋଲିସ ଦ୍ୱାରା ୧୩୦ କେଜି ଗଞ୍ଜେଇ ଜବତ ହୋଇଛି । ଏହି ଚୋରା ଗଞ୍ଜେଇ କାରବାରରେ ସଂପୃକ୍ତି ଅଭିଯୋଗରେ ଜାମୁସାହି ଗ୍ରାମର ସାମ୍ସନ୍ ମାଝୀ ଏବଂ ତାଙ୍କୁ ସହେଯାଗ କରୁଥିବା ଏଲିଓ ମାଝୀଙ୍କୁ ପୋଲିସ ଗିରଫ କରିଛି । ମାଜିଷ୍ଟେଟ୍ ଦାୟୀତ୍ୱରେ ଥିବା ନୁଆଗଡର ସହକାରୀ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଜବତ ହୋଇଥିବା ଗଞ୍ଜେଇ ଓଜନ କରାଯାଇଥିଲା । ଘଟଣାକୁ ନେଇ ୭୫/୨୦ ନଂମ୍ବରରେ ଆର.ଉଦୟଗିରି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏଠାରେ ସୁଚନା ଯୋଗ୍ୟ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ହେବ ଗଞ୍ଜେଇ ଚୋରା ବ୍ୟବସାୟ ରୋକିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ କଡା ନଜର ଦିଆଯାଇଛି ।

Leave A Reply

Your email address will not be published.