ରାଜ୍ୟରେ ୪ ହଜାର ୨୦୮ ନୂଆ କରୋନା ପଜିଟିଭ ଚିହ୍ନଟ

0 76

ଭୁବନେଶ୍ୱର : ରାଜ୍ୟରେ ପୁଣି ୪ ହଜାର ପାର ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୩୦ ଜିଲାରୁ ୨୪ ଘଣ୍ଟାରେ ୪ ହଜାର ୨୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୪୬୨ ସଙ୍ଗରୋଧ କେନ୍ଦ୍ରରୁ ଓ ୧ ହଜାର ୭୪୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ ରେ ପହଞ୍ଚିଛି। ୩୯,୨୩୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଓ କଟକରୁ ୪୬୫ । ଅନୁଗୁଳରୁ ୧୯୪, ବାଲେଶ୍ୱରରୁ ୧୧୮, ବରଗଡ଼ ୧୧୪, ଭଦ୍ରକ ୪୮, ବଲାଙ୍ଗୀର ୭୬, ବୌଦ୍ଧ ୨୯, ଦେଓଗଡ଼ ୨୦, ଢେଙ୍କାନାଳ ୬୮, ଗଜପତି ୧୩, ଗଞ୍ଜାମ ୬୩, ଜଗତସିଂହପୁର ୧୮୧, ଯାଜପୁର ୨୩୭, ଝାରସୁଗୁଡ଼ା ୮୧, କଳାହାଣ୍ଡି ୧୧୬, କନ୍ଧମାଳ ୧୦୨, କେନ୍ଦ୍ରାପଡ଼ା ୧୧୦, କେନ୍ଦୁଝର ୮୨, କୋରାପୁଟ ୭୨, ମାଲକାନଗିରି ୬୧, ମୟୁରଭଞ୍ଜ ୧୫୪, ନବରଙ୍ଗପୁର ୧୩୧, ନୟାଗଡ଼ ୫୨, ନୂଆପଡ଼ା ୧୭୫, ପୁରୀ ୧୯୯, ରାୟଗଡା ୬୧, ସମ୍ବଲପୁର ୧୩୧, ସୋନପୁର ୨୬, ସୁନ୍ଦରଗଡ଼ ୮୦ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.