ସରକାର କା ମାଲ୍ ଦରିଆ ମେ ଡ଼ାଲ୍

0 67

କାମରେ ଆସୁ ନାହିଁ କୋଟିକୋଟି-ଟଙ୍କାର ପାନିୟଜଳ ଯୋଗାଣ ପ୍ରକଳ୍ପ

 ମ. ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସାଇଦଲଙ୍ଗା ଗ୍ରାମ ପଞ୍ଚୟତ ସ୍ଥିତ  ଅଇଁଲାପାଳି ଗ୍ରାମରେ ପାଖାପାଖି ଦୁଇ ବର୍ଷ ହେବ ଲୋକଙ୍କ ପାନିୟ ଜଳ ସମସ୍ୟା ସୁଧାରିବା ନିମନ୍ତେ ସରକାର ଙ୍କ ତରଫରୁ ସ୍ଥାନୀୟ ଉତେଇ ନଦୀରେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଏଣ୍ଟାକ ଓଏଲ ମୋଟର ହାଉସ ଏବଂ ଓଭର ହେଡ ଟ୍ୟାଙ୍କ , ଗ୍ରାଉଣ୍ଡ ଟ୍ୟାଙ୍କ ନିର୍ମାଣ କରି ଅଇଁଲାପାଳି ଗ୍ରାମରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରି ବସ୍ତି ମଧ୍ୟରେ ଜଳଯୋଗାଣ ସଂଯୋଗ ଦିଆଯାଇଛି । କିନ୍ତୁ ଅଭିଯୋଗ ମୁତାବକ ଗ୍ରାମ ରେ ପୋତା ଯାଇଥିବା ପାଇପ୍ ବାରମ୍ବାର  ଫାଟି ରାସ୍ତାରେ ପାଣି ଅନବରତ ବୋହି ଚାଲିବା ଫଳରେ ରାସ୍ତା କାଦୁଅ ହେଉଛି । ଯଦ୍ୱାରା ରାସ୍ତାରେ ଯିବାଆସିବା ରେ ବାଧାପ୍ରାପ୍ତ ଉପୁଜିଛି। ସେପଟେ ରାଜ୍ୟ ଓ କେନ୍ଦ୍ର ସରକାର ସବୁ ଗାଁ କୁ ଘରେଘରେ ପିଇବା ପାଣି ର ବ୍ୟବସ୍ଥା କରିବା ସଂକଳ୍ପ ନେଇ ଆପ୍ରାଣ ଉଦ୍ୟମ କରି କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିଲେ ମଧ୍ୟ କିଛି  ଠିକା ସଂସ୍ଥା ଙ୍କ ବେପରୁଆ ମନୋଭାବ ଯୋଗୁଁ ଯୋଜନା ହେଉଛି ବାଟବଣା ।ଫେଲ ମାରୁଛି କୋଟିକୋଟି ଟଙ୍କାର ପ୍ରକଳ୍ପ।ଏଭଳି କିଛି ଅଭିଯୋଗ ଆଣିଛନ୍ତି ଅଇଁଲାପାଳି ଗ୍ରାମର ସମସ୍ତ ଗ୍ରାମବାସୀ। ବାରମ୍ବାର ବିଭିନ୍ନ ଜାଗାରେ ପାଇପ୍ ଫାଟି ଯିବା ଫଳରେ ଦୀର୍ଘ ଦିନ ହବ ଜଳ ଯୋଗାଣ ବନ୍ଦ ରହିଛି। ଏ ବାବଦରେ  ପାନୀୟ ଜଳର ପ୍ରକଳ୍ପ ନିର୍ମାଣ କରିଥିବା  ସମୃକ୍ତ ଠିକା ସଂସ୍ଥା କୁ ବାରମ୍ବାର ଜଣାଇଥିଲେ ମଧ୍ୟ ତିଳେ ମାତ୍ର ମାତ୍ର କର୍ଣ୍ଣ ପାତ କରି ନ ଥିବା ଅଭିଯୋଗ ଆଣିଛନ୍ତି ସମସ୍ତ ଗ୍ରାମବାସୀ ।

Leave A Reply

Your email address will not be published.