କରୋନା ରୋଗୀଙ୍କ ସହାୟତା ନିମନ୍ତେ ରାଜ୍ୟ ସରକାର ଟୋଲ ଫ୍ରି ନମ୍ବର ଜାରି

0 72

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ପ୍ରତିଦିନ ଉଣାଅଧିକେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ୍‌ କେୟାର ସହ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। କଟକ- ଭୁବନେଶ୍ବରରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସୁଯୋଗ ରହିଛି। କରୋନା ରୋଗୀଙ୍କ ସହାୟତା ନିମନ୍ତେ ରାଜ୍ୟ ସରକାର ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ସେହିପରି ଏକ ଆସୋସିଏସନ ପକ୍ଷରୁ ଏକ ନମ୍ବର ଜାରି ହୋଇଛି। ଯଦି ଆପଣଙ୍କ ମନରେ କୋଭିଡ୍ ସଂକ୍ରମଣର ଭୟ ରହିଛି, ତେବେ ମାଗଣାରେ ଡାକ୍ତରୀ ପରାମର୍ଶ ପାଇ ପାରିବେ। ୯୬୬୭୩୦୮୭୭୭ ନମ୍ବରରେ ମିସ୍‌ କଲ କରି ପାରିବେ। ସେମାନେ ତାଙ୍କ ତରଫରୁ ଫୋନ କରିବେ, କରୋନା ସଂପର୍କୀତ ଆପଣଙ୍କ ମନରେ ଥିବା ପ୍ରଶ୍ନ ଡାକ୍ତରଙ୍କୁ ପଚାରି ବୁଝି ପାରିବେ।

Leave A Reply

Your email address will not be published.