ଭାରରେ ବୁହା ହେଲେ ଗର୍ଭବତୀ

0 74

ମାଲକାନଗିରି : ପୁଣି ଭାରରେ ବୁହା ହେଲେ ପ୍ରସୂତି । ଏପରି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ପାଡାଲପୁଟ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର ଦେବକୀ ମୁଦୁଲି(୨୭) ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭାର ଯୋଗେ ତାର ସ୍ୱାମୀ ଧନ ମୁଦୁଲି ଏବଂ ପରିବାର ବର୍ଗଙ୍କ ସହ କିଛି ଗ୍ରାମବାସୀ ବୋହି ଆଣୁଥିଲେ । ଦୀର୍ଘ ୬ କିଲୋମିଟର ପାହାଡ଼ ଉପରୁ ବୋହି ଆଣୁଥିବା ବେଳେ ବାଟରେ ହିଁ ଦେବକୀଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ପରେ ଖବର ପାଇ ପାହାଡ଼ ତଳେ ଆସି ୧୦୮ ଆମ୍ବୁଲାନ୍ସ ଏବଂ ଆଶା ଦିଦି ଆସି ଅପେକ୍ଷା କରିଥିଲେୟ ଏବଂ ସେଠାରୁ ତାଙ୍କୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତେବେ ଗ୍ରାମକୁ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ରାସ୍ତା କାମ ସାରିବାକୁ ଦାବି କରୁଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.