ଦେଶୀମଦ ଜବତ, ୨ ଗିରଫ

0 53

ପାରଳାଖେମୁଣ୍ଡି : ଗଜପତି ଓ ଗଞ୍ଜାମ ଅବକାରୀ ଦଳର ମିଳିତ ଚଢାଉରେ ଲକ୍ଷାଧିକ ଟଙ୍କାର ଦେଶୀମଦ ଜବତ ହୋଇଛି । ଏହି ଚୋରା କାରବାରରେ ୨ଜଣ ଗିରଫ ହୋଇଥିବା ସୁଚନା ମିଳିଛି । ବ୍ରହ୍ମପୁର ଅବକାରୀ ଉପଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଗୁଇନ୍ଦା ବିଭାଗ ଏବଂ ଆର.ଉଦୟଗିରି ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ । ଏଥିରେ ମୋହନା ଏବଂ ଅଡବା ଥାନା ଅଞ୍ଚଳର ଲୁହାଗୁଡି, ଟିଆମା, ରାମଚନ୍ଦ୍ରପୁର, ଶ୍ୟାମସୁନ୍ଦରପୁର, ପାଦ୍ରୀମା ଆଦି ଗ୍ରାମରେ ଚଢାଉ ହୋଇଥିଲା । ଏଥିରେ ୨୨ଶହ ଲିଟର ମହୁଲି ପୋଚ ନଷ୍ଟ କରାଯାଇଥିବା ବେଳେ ୧୯୦ ଲିଟର ମହୁଲି ମଦ ଜବତ ହୋଇଛି । ଜବତ ମଦର ମୁଲ୍ୟ ପ୍ରାୟ ୧ଲକ୍ଷ ୨୯ହଜାର ହେବ ବୋଲି ସୁଚନା ମିଳିଛି । ବେଆଇନ ମଦ ପ୍ରସ୍ତୁତି ଅଭିଯୋଗରେ ଅଡବା ନୁଆ ସାହିର ମଦନ ମୋହନ ନାୟକ ଏବଂ ଆନନ୍ଦପୁରର ରୁଷାନ୍ତ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.