୨ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ ସହ ୪ଗିରଫ

0 76

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ଥାନାକୁ ମିଳିଛି ଏକ ସଫଳତା । ମିଳିଥିବା ସୂଚନାନୁଯାୟୀ ଗତକାଲି ସନ୍ଧ୍ୟା ୭ ଟା ସମୟରେ ଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାର ନନ୍ଦିନୀଗୁଡା ଛକ ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ପ୍ରଥମେ ଏକ ଆପାଚି ବାଇକରେ ଦୁଇ ଜଣ ବ୍ୟକ୍ତି ଆସୁଥିବା ବେଳେ ସେମାନଙ୍କୁ ଅଟକାଇଥିଲେ । ଦୁହିଙ୍କୁ ପୋଲିସ ପଚରାଉଚରା କରିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଫୋନ ଯୋଗେ ବର୍ତ୍ତାଳାପ କରୁଥିବା ବେଳେ ସଙ୍ଗେ ସଙ୍ଗେ ପଛପଟୁ ଏକ ଇଣ୍ଡିଗୋ କାର (ଏ ପି ୩୧ ଏ କ୍ୟୁ ୦୨୮୩) ରେ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଆସୁଥିଲେ । ତେବେ ପୋଲିସ ଏମାନଙ୍କ ମଧ୍ୟରେ ବର୍ତ୍ତାଳାପ ହେଉଥିବା ଦେଖି କାର ଟିର ଯାଞ୍ଚ କରିଥିଲେ । ତେବେ ଗାଡି ଭଙ୍ଗାରୁଜା ଅବସ୍ଥାରେ ଥିବା ଦେଖି ପୋଲିସ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଗାଡିରେ ୪ ଟି ପ୍ୟାକେଟ ରେ ୯୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଦେଖିବାକୁ ପାଇଥିଲେ । ପରେ ୪ ଅଭିଯୁକ୍ତଙ୍କୁ ଓରକେଲ ଥାନା କୁ ଅଣାଯାଇଥିଲା । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତ ଡ୍ରାଇଭର ଓମ ପ୍ରକାଶ(୫୨) ଏବଂ ଅଶୋକ କୁମାର ରାଜସ୍ଥାନର ଛୁରୁ ଜିଲ୍ଲାର ଦେୟାୱାଥା ଏବଂ ଡୁଙ୍ଗରଗଡ ଗ୍ରାମର ହୋଇଥିବା ବେଳେ ଅନ୍ୟ ୨ ଜଣ ସୋମନାଥ ଖରା (୨୫) ଏବଂ ସମରା ମାଡକାମୀ(୩୦) କାଲିମେଳା ବ୍ଲକ ଅନ୍ତର୍ଗତ ଚିନ୍ତଲୱାଡା ଏବଂ ରଙ୍ଗମାଟିଗୁଡା ଗ୍ରାମର ବୋଲି ପୋଲିସ ସୂଚନା ଦେଇଛି । ତେବେ ସେମାନେ ଏହି ଗଞ୍ଜେଇକୁ ଚିନ୍ତଲୱାଡା ଅଞ୍ଚଳରୁ ରାଜସ୍ଥାନକୁ ନେଉଥିବା ତଦନ୍ତକାରୀ ଅଧିକାରୀ ମିଲନ ମଜୁମଦାର ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଆଜି ୪ ଅଭିଯୁକ୍ତଙ୍କୁ କେଶ ନଂ ୧୭୦/୨୦ ମାମଲା ରୁଜୁ କରି କୋର୍ଟ ·ଲାଣ କରାଯାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.