– ୪୦ ଡିଗ୍ରିରେ ବି ଲଢ଼େଇ ପାଇଁ ସମର୍ଥ ଭାରତୀୟ ଟ୍ୟାଙ୍କ୍

0 74

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀ ସୀମାରେ ଶତ୍ରୁପକ୍ଷକୁ ମୁକାବିଲା କରିବା ସହ ଅସହ୍ୟ ଶୀତକୁ ମଧ୍ୟ ଭଲଭାବେ ମୁକାବିଲା କରିବାପାଇଁ ପ୍ରସ୍ତୁତ ହେଉଛି । ସୀମାରେ ସେନିକଙ୍କ ପାଇଁ ନୂଆ ଆଶ୍ରୟସ୍ଥଳ ନିର୍ମାଣ ହେଉଛି ଏବଂ ବିଭିନ୍ନ ପୂର୍ବର୍ନିମିତ ର୍ନିମାଣଗୁଡ଼ିକୁ ପୁଣିଥରେ ପ୍ରସ୍ତୁତ କରାଯାଉଛି । ଯୁଦ୍ଧ ପାଇଁ ଭାରତୀୟ ସେନା ଚୀନ୍ ସେନାକୁ ସାମ୍ନା କରିବାପାଇଁ ଏହାର ଟି-୯୦ ଏବଂ ଟି-୭୨ ଟ୍ୟାଙ୍କ୍ ଏବଂ ବିଏମ୍ପି-୨ ଇନଫ୍ୟାଣ୍ଟ୍ରି କମ୍ବାଟ୍ ଭେଇକଲ୍ ସହିତ ପ୍ରସ୍ତୁତ ରହିଛି । ଏଗୁଡ଼ିକ ମାଇନସ୍ ୪୦ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ବି କାମ କରିପାରିବ । ପୂର୍ବ ଲଦାଖ୍ ଅଞ୍ଚଳରେ ଶୀତଋତୁରେ ତାପମାତ୍ରା ସାଧାରଣତଃ ରାତି ସମୟରେ ମାଇନସ୍ ୩୫ ଡିଗ୍ରିକୁ ·ଲିଯାଏ । ଏଥିସହ ପ୍ରବଳ ବରଫପାତ ମଧ୍ୟ ହୋଇଥାଏୟ ତେବେ ଚୀନ୍ ସେନା ସହ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ବିବାଦ ଲାଗି ରହିଥିବାବେଳେ ଭାରତୀୟ ସେନାର ସଶସ୍ତ୍ର ରେଜିମେଣ୍ଟ୍ ଚୀନ୍ ସେନାକୁ ସାମ୍ମା କରିବାକୁ ପ୍ରସ୍ତୁତ । ୧୪,୫୦୦ ଫୁଟ୍ ଉଚ୍ଚତାରେ ମଧ୍ୟ ଭାରତ ଚୀନ୍ ସେନାକୁ ମୁକାବିଲା କରିପାରିବେୟ ତେବେ ଫାୟାର ଆଣ୍ଡ୍ ଫ୍ୟୁରି କର୍ପ୍ସ ହେଉଛି ଭାରତୀୟ ସେନାର ଏକମାତ୍ର ସଂଗଠନ ଯାହା ଏଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ଜଟିଳ ଅଞ୍ଚଳରେ ଯାନ୍ତ୍ରିକ ଶକ୍ତିର ମୁତୟନ କରିଥାଏ ।

Leave A Reply

Your email address will not be published.