୨୪ ଘଣ୍ଟାରେ ୮୨,୧୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୩୯ ମୃତ

0 73

ନୂଆଦିଲ୍ଲୀ: ଗତ ୨୪ଘଣ୍ଟାରେ ସମଗ୍ର ଦେଶରେ ୬୦, ୭୪, ୭୦୨ ଲକ୍ଷ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୦,୧୬,୫୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୯୫, ୫୪୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୨,୧୭୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୬୨,୬୪୦ ରହିଛି । ୨୪ ଘଣ୍ଟାରେ ୧୦୩୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ, ନୂତନ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ । ଆଠ ଦିନ ମଧ୍ୟରୁ ସାତ ଦିନରେ ନୂତନ ସଂକ୍ରମଣ ଅପେକ୍ଷା ଆରୋଗ୍ୟ ହାର ଅଧିକ ହୋଇଥିବା ଜଣାପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥତା ସଂଖ୍ୟା ୭୪, ୦୦୦ ଟପିଥିବା ବେଳେ ସମଗ୍ର ଭାରତରେ ସକ୍ରିୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯.୬ ଲକ୍ଷକୁ ଖସି ଆସିଛି । କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିବା ୬୦.୭୪ ଲକ୍ଷ୍ ରୋଗୀଙ୍କ ମଧ୍ୟରୁ ୫୦.୧୬ ଲକ୍ଷ ରୋଗୀ ଏବେ ସୁସ୍ଥ ହୋଇସାରିଛନ୍ତି । ଏହାଛଡ଼ା ସେପ୍ଟେମ୍ବର ୧୯ ତାରିଖ ଠାରୁ ଭାରତରେ କୋଭିଡ୍-୧୯ଜନିତ ଦେନିକ ମୃତ୍ୟୁସଂଖ୍ୟା ଖୁବ୍ କମ୍ ରହୁଛି । ଦେଶରେ ମୃତ୍ୟୁ ହାର୧.୫୭ପ୍ରତିଶତ ରହିଥିବା ବେଳେ ଅରୋଗ୍ୟ ହାର ୮୨.୫୮ପ୍ରତିଶତ ରହିଛି ।

Leave A Reply

Your email address will not be published.