ଗୁଣି ସନ୍ଦେହରେ ହତ୍ୟା

0 65

ମୃତ ଦେହ ଉଦ୍ଧାର ଜଣେ ଗିରଫ, ୩ ଅଟକ


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅଞ୍ଚଳରେ ଗୁଣି ସନ୍ଦେହରେ ଜଣକୁ ହତ୍ୟା କରାଯାଇଛି । ଦେଢ ମାସ ପରେ ମୃତ ଦେହକୁ ପୋଲିସ ମାଟି ତଳୁ ବାହାର କରିବା ପରେ ଘଟଣାକୁ ନେଇ ଜଣକୁ ଗିରଫ କରିବା ସହ ୩ଜଣକୁ ପୋଲିସ ଅଟକ ରଖିଛି । ଗତ ଅଗଷ୍ଟ ୯ତାରିଖରେ କଣ୍ଡୁଲୁ ଗ୍ରାମରେ ଗୁଣି ସନ୍ଦେହରେ ଡାଳିମ୍ବ ଗମାଙ୍ଗଙ୍କୁ ହତ୍ୟା କରି ମାଟିରେ ପୋତି ଦିଆଯାଇôତଲା । ମୃତକଙ୍କ ପୁତୁରା ବୁଡୁ ଗମାଙ୍ଗ ଏ ନେଇ ଆର.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ସାଇଣ୍ଟିଫିକ୍ ଟିମ୍ ଓ ମଜିଷ୍ର୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଗାଁ ଠାରୁ ଏକ କିମି ଦୁର ଏକ ଜଙ୍ଗଲରୁ ମାଟି ଖୋଳି ଉକ୍ତ ମୃତ ଦେହକୁ ଉଦ୍ଧାର କରିଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ରାମ ଚନ୍ଦ୍ର ରଇତଙ୍କୁ ଗିରଫ କରିଥିଲେ । ତାଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଠେଙ୍ଗା ପୋଲିସ ଜବତ କରିଛି । ଡାଳିମ୍ବ ଲୋକଙ୍କୁ ଗୁଣି କରି ମାରି ଦେଉଥିବା ସନ୍ଦେହ କରି ଅଭିଯୁକ୍ତ ରାମ ଚନ୍ଦ୍ର ତାଙ୍କୁ ଗୁଳି କରି ହତ୍ୟା କରିବା ସହ ଜଙ୍ଗଲରେ ପୋତି ଦେଇଥିବା ପୋଲିସ ପାଖରେ ସ୍ୱୀକାର କରିଛି । ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛନ୍ତି ।

Leave A Reply

Your email address will not be published.