ଗଣବଳାତ୍କାରରେ ଶିକାର ଯୁବତୀଙ୍କ ଅବସ୍ଥା ଗୁରୁତର, ଏମ୍ସରେ ଭର୍ତ୍ତି

0 75

ଆଲ୍ଲିଗଡ଼ : ଉତ୍ତରପ୍ରଦେଶର ହାଥ୍ରାସରେ ପୁଣି ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଯାହାକି ନିର୍ଭୟା ଗଣବଳାକ୍ରାର ଘଟଣାର ପୁନରାବୃତ୍ତି କହିଲେ କିଛି ଭୁଲ୍ ହେବନାହିଁ । ଏଠାରେ ଜଣେ୧୯ ବର୍ଷିୟା ଯୁବତୀ ଗଣବଳାକ୍ରାରର ଶିକାର ହୋଇଛନ୍ତି । ସୋମବାର ଚିକିତ୍ସା ପାଇଁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ଉକ୍ତ ଯୁବତୀଙ୍କୁ ପଠାଇ ଦିଆଯାଇଛି । ଜବାହରଲାଲ ନେହେରୁ ମେଡିକାଲ କଲେଜ ହସପିଟାଲର ଅଧୀକ୍ଷକ ଡାକ୍ତର ହରିସ ମଞ୍ଜୁର ଖାନ କହିଛନ୍ତି ଯେ ପୀଡିତାଙ୍କ ଅବସ୍ଥା ଏବେ ବି ଗୁରୁତର ଏବଂ ସେ ଲାଇଫ ସପୋର୍ଟ ସିଷ୍ଟମ (ଭେଣ୍ଟିଲେଟର)ରେ ଅଛନ୍ତି । ସେ କହିଛନ୍ତି ଯେ ତାଙ୍କ ପରିବାର ତାଙ୍କୁ ଦିଲ୍ଲୀରେ ଚିକିତ୍ସା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ତାଙ୍କୁ ସୋମବାର ସକାଳେ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା । ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ଭୀମା ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକ ବିବୃତ୍ତି ଜାରି କରି ପୀଡିତାଙ୍କୁ ଭଲ ଚିକିତ୍ସା ପାଇଁ ତୁରନ୍ତ ନୂଆଦିଲ୍ଲୀ ପଠାଇବାକୁ ଦାବି କରିଥିଲେ । ଏଥିସହ ଉକ୍ତ ଘଟଣାରେ ଅବହେଳା କରିଥିବା ପୋଲିସ କର୍ମ·ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ ଏବଂ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ୧୯ ବର୍ଷୀୟ ଦଳିତ ଯୁବତୀଜଣକ ରାଜ୍ୟର ହାଥ୍ରାସ ଜିଲ୍ଲାର ·ନ୍ଦା ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗାଁରେ ବଳାକ୍ରାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୋଲିସ ·ରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଅଧୀକ୍ଷକ ବିକ୍ରାନ୍ତଭୀରଙ୍କ କହିବାନୁସାରେ, ନାବାଳିକା ଜଣକ ପୂର୍ବରୁ ବଳାକ୍ରାର ଘଟଣା ବିଷୟରେ ପୋଲିସକୁ କହି ନଥିଲେ କିନ୍ତୁ ପରେ ମାଜିଷ୍ଟ୍ରେଟଙ୍କୁ ଦେଇଥିବା ବିବତ୍ତିରେ ସେ ଅଭିଯୋଗ କରିଛନ୍ତି ଯେ ସନ୍ଦୀପ, ରାମୁ, ଲବ କୁଶ ଏବଂ ରବି ଏହି ୪ଜଣ ଯୁବକ ତାଙ୍କୁ ବଳାକ୍ରାର କରିଥିଲେ । ଯୁବତୀଜଣକ ବିରୋଧ କରିବାରୁ ତାଙ୍କୁ ଗଳା ଚିପି ହତ୍ୟା କରିବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିଥିବା ଜଣାଯାଇଛି ।

Leave A Reply

Your email address will not be published.