ତାପଙ୍ଗର ହାତୀଆ ମୁଣ୍ଡିଆକୁ ନିଷିଦ୍ଧାଞ୍ଚଳ ଘୋଷଣା

0 68

ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନର କଟକଣା ଜାରି

ଖୋର୍ଦ୍ଧା : ଖୋରଧା ସହର ଅନତି ଦୂରରେ ଥିବା ତାପଙ୍ଗର ହାତୀଆ ମୁଣ୍ଡିଆ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସମ୍ପର୍କରେ ପ୍ରାୟ ଅଳ୍ପେ ବହୁତେ ସମସ୍ଥଙ୍କୁ ଜଣା । ସୋସିଆଲ ମିଡ଼ିଆ, ଫେସ୍ବୁକ୍, ୟୁଟିୟୁବରେ ହାତୀଆ ମୁଣ୍ଡିଆ ସମ୍ପର୍କରେ ବହୁଳ ଭାବରେ ପ୍ରଚାର ଓ ପ୍ରସାର ହେବା ଦ୍ୱାରା ଏଠାକୁ ଏବେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କ ସୁଅଛୁଟୁଛି । ଏହାକୁ କେହି କେହି ଲାଦାଖର ଅନୁରୂପ ମଧ୍ୟ କହୁଛନ୍ତି । କିନ୍ତୁ ପ୍ରକୃତ କଥା କହିବାକୁ ଗଲେ ଏହି ସ୍ଥାନଟିର ଉତ୍ପତ୍ତି କିଛି ଖଣି ମାଫିଆଙ୍କ ବେଆଇନ ପଥର ଖନନ ଯୋଗୁଁ ହୋଇଛି । ବିନା ସରକାରୀ ନିର୍ଦ୍ଦେଶ ନାମରେ ବହୁ ବର୍ଷ ଧରି ଏହି ଜାଗାରୁ ଖଣି ମାଫିଆମାନେ ଜିଲ୍ଲା ପ୍ରଶାସନର କିଛି ଦୁର୍ନୀତି ଖୋର ଅଧିକାରୀଙ୍କ ପୃଷ୍ଠ ପୋଷକତାରେ ବେଧଡ଼କ କଳା ମୁଗୁନି ପଥର ଖନନ ଓ ତାହାର ରପ୍ତାନି ମଧ୍ୟ କରି ଆସୁଥିଲେ । କିନ୍ତୁ ଏବେ କିଛି ମାସ ଧରି ଏସ୍.ଟି.ଏଫର ବାରମ୍ବାର ଚଢାଉ ଜାରି ରହିବା ଦ୍ୱାରା ବେଆଇନ ଖଣି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଯାହା ଫଳରେ ଖୋର୍ଦ୍ଧା ନିକଟବର୍ତ୍ତୀ ସମସ୍ତ ପାହାଡ଼ରୁ ପ୍ରାୟତଃ ବେଆଇନ ଭାବେ ପଥର ଖନନ ବନ୍ଦ ରହିଛି । ତେଣୁ ତାପଙ୍ଗର ଏହି ହାତିଆ ମୁଣ୍ଡିଆର ସମସ୍ତ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିବା ଦ୍ୱାରା ଏହା କୃତ୍ରିମ ଲାଦାଖର ଭ୍ରମ ସୃଷ୍ଟି କରିଛି । ଯାହା ଫଳରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ବାରମ୍ବାର ଏହି ମୁଣ୍ଡିଆ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେବା ଦ୍ୱାରା ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଖୋରଧା ସଦର ଥାନାର କିଛି କର୍ମ·ରୀଙ୍କୁ ଲୋକଙ୍କ ସୁରକ୍ଷା ନିମନ୍ତେ ସେଠାରେ ନିୟୋଜିତ କରାଯାଇଛି । କିନ୍ତୁ ପର୍ଯ୍ୟଟକଙ୍କ ଭିଡର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ସେମାନଙ୍କର ଦୋ÷ରାତ୍ମ୍ୟ ଆରମ୍ଭ କରି ଦେଇଛନ୍ତି । ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଠାରୁ ଗାଡ଼ି ପାର୍କିଂ ନାମରେ ବେଆଇନ ଭାବେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବା ଆପତ୍ତି କଲେ ସେମାନଙ୍କ ଠାରୁ ମୋବାଇଲ ଓ କ୍ୟାମେରା ଆଦି ଛଡ଼ାଇ ନେବା ସହିତ ଏକୁଟିଆ ଯୁବତୀମାନଙ୍କୁ ଦେଖି ଅଶ୍ଳିଳ ଇଙ୍ଗିତ କରିବା ତାହା ପୁଣି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମ·ରୀଙ୍କ ଆଖି ଆଗରେ ଏ ସବୁକୁ ଦେଖି ନ ଦେଖିବାର ବାହାନା କରୁଛନ୍ତି ନିୟୋଜିତ ପୁଲିସ କର୍ମ·ରୀମାନେ । ଏହା ଦ୍ୱାରା ଅସାମାଜିକ ବ୍ୟକ୍ତିମାନଙ୍କ ମଧ୍ୟରେ ସାହାସ ବଢିବାରେ ଲାଗିଛି ଓ ତା ସହିତ ଏହି ଅଞ୍ଚଳଟି ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିପଦ ପୂର୍ଣ୍ଣ ଅଟେ । ମୁଣ୍ଡିଆର ବହୁତ ସ୍ଥାନରେ ଏବେ ମଧ୍ୟ କିଛି ଅଫୁଟା ଡ଼ିନାମାଇଟ୍ମାନ କେତେବେଳେ କେଉଁ ଦୁର୍ଘଟଣା ଘଟିବ ତାହାର ଆଶଂଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ତେଣୁ ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ନିଶିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଏହି ଅଞ୍ଚଳକୁ ଲୋକମାନେ ପର୍ଯ୍ୟଟନସ୍ଥଳୀ ଭାବି ନ ଆସିବାକୁ ମାଇକ ଯୋଗେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଏହି ଅଞ୍ଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡ଼ିନାମାଇଟ୍ ଏବେ ବି ଅଫୁଟା ଅବସ୍ଥାରେ ଥିବା କହୁଯାଇଛି । ଏଠାକୁ କେହି ଭୁଲିବାକୁ ନ ଆସିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଯଦି ଏଠାକୁ କେହି ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏ ସବୁ ଉପରେ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ କରି ଆଜି ଠାରୁ ଏହି ସ୍ଥାନକୁ ପର୍ଯ୍ୟଟକମାନଙ୍କ ପ୍ରବେଶକୁ ବାରଣ କରିଛି । ହେଲେ ପ୍ରଶାସନର ଏହି ବାରଣ ଖଣି ମାଫିଆଙ୍କୁ ପୁଣି ଥରେ କଙ୍କଡ଼ାକୁ ଗୋଳିପାଣି ସୁହାଇଲା ସଦୃଶ ହୋଇଛି । କାରଣ ଏହି ସ୍ଥାନରେ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିବା ଦ୍ୱାରା ଭବିଷ୍ୟତରେ ଏହି ଅଞ୍ଚଳରେ ପଥର ଖନନ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଂଶଙ୍କା ଥିବାରୁ ଖଣି ମାଫିଆମାନେ ଚିନ୍ତିତ ଅବସ୍ଥାରେ ରହିଥିଲେ । କିନ୍ତୁ ଏବେ ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟ ପୁଣି ଥରେ ବେଆଇନ ପଥର ଖନନ ପାଇଁ ଖଣି ମାଫିଆକୁ ସକ୍ରିୟ କରାଇଛି । ଯାହାକି ସ୍ଥାନୀୟ ବୁଦ୍ଧି ଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.