ଗଣଦୁଷ୍କର୍ମର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦଳିତ ମହିଳାଙ୍କ ମୃତ୍ୟୁ

0 69

ଲକ୍ଷେ୍ନø: ଚାରି ଜଣ ବ୍ୟକ୍ତିଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଜୀବନ ସହ ଲଢ଼େଇ କରୁଥିବା ଉତ୍ତରପ୍ରଦେଶର ୧୯ ବର୍ଷୀୟା ଦଳିତ ମହିଳାଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି । ୟୁପିର ହାଥ୍ରାସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ଗଣଦୁଷ୍କର୍ମର ଶିକାର ହେବାର ଆଜି ପ୍ରାୟ ୨ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ସେ ଆଲିଗଡ଼ର ଜେଏନ୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କୁ ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍(ଆଇସିୟୁ)ରେ ରଖାଯାଇଥିଲା । ଏହି ମାମଲାର ୪ ଜଣ ଯାକ ଅଭିଯୁକ୍ତଙ୍କୁ ହାଥ୍ରାସ ପୁଲିସ୍ ଗିରଫ କରି ହେପାଜତରେ ରଖିଛି । ପୀଡ଼ିତା ମହିଳା ଦେଇ ଯାଇଥିବା ବୟାନ ମୁତାବକ ସେମାନେ ହେଉଛନ୍ତି ସନ୍ଦୀପ, ରାମୁ, ଲବକୁଶ ଏବଂ ରବି । ହାଥ୍ରାସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ (ଏସପି) ସୂଚନା ଦେଇ କହିଥିଲେ ଯେ “ଘଟଣା ଦିନ ମହିଳା ଜଣକ ତାଙ୍କ ମାଆଙ୍କ ସହ କ୍ଷେତକୁ ଯାଇଥିଲେ । ଅ·ନକ ସେ ନିଖୋଜ ହୋଇ ଯାଇଥିଲେ । ମହିଳା ଜଣକ ନଖୋଜ ହେବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ମହିଳା ଯେତେବେଳେ ପରିବାର ଲୋକଙ୍କୁ ମିଳିଥିଲେ ସେତେବେଳେ ସେ ରକ୍ତ ଜୁଡୁବୁଡୁ ହୋଇ କ୍ଷତାକ୍ତ ଅବସ୍ଥାରେ ଥିଲେ ।
କେବଳ ଗଣଦୁଷ୍କର୍ମ ନୁହେଁ, ଅଭିଯୁକ୍ତମାନେ ତାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ମଧ୍ୟ କରିଥିବା ସୂଚନା ମିଳିଥିଲା । ତାଙ୍କ ଜିଭରେ ଏକ କଟା ଚିହ୍ନ ଥିବାର ବି ଦେଖିବାକୁ ମିଳିଥିଲା । ଅଭିଯୁକ୍ତମାନେ ତାଙ୍କ ଜିଭ କାଟିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଥିଲା ।

Leave A Reply

Your email address will not be published.