ନୱାଜ ଶରିଫଙ୍କ ଭାଇ ଶହବାଜ ଗିରଫ୍

0 61

ଇସାଲାମାବାଦ: ପାକିସ୍ତାନର ପ୍ରମୁଖ ବିରୋଧୀ ଦଳର ନେତା ମନି ଲଣ୍ଡ୍ରିଂ ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାହୋର ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ମୁଖ୍ୟ ତଥା ସଂସଦରେ ବିରୋଧୀ ଦଳର ନେତା ଶାହବାଜ ଶରିଫ କୋର୍ଟ ପରିସରରୁ ଗିରଫ ହୋଇଛନ୍ତି । ଶହବାଜ ଶରିଫ୍ ପଞ୍ଜାବରେ ୨୦୦୮ରୁ ୨୦୧୮ ଯାଏ ମୁଖ୍ୟମନ୍ତ୍ରୀ ଥିଲେ । ଲାହୋର ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଶାହବାଜଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କୁ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ଗିରଫ କରିଛି । ବେଆଇନ୍ ସମ୍ପତ୍ତି ହଡପ୍ ଏବଂ ଅର୍ଥ ହେରଫେର ମାମଲାରେ ଶାହବାଜ ସରିଫ କୋର୍ଟକୁ ଉତ୍ତର ଦେଇପାରିନବାରୁ ଗିରଫ ହୋଇଛନ୍ତି । ଅନ୍ୟପଟେ ସମାନ ମାମଲାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଭଉଣୀ ତଥା କ୍ୟାବିନେଟ ସଦସ୍ୟଙ୍କୁ କୋର୍ଟ ସମନ କରିନଥିବାରୁ ବିରୋଧୀ ଦଳ ଲାହର କୋର୍ଟଙ୍କ ନିଷ୍ପତ୍ତିକୁ ଏକ ପାଖିଆ କହିଛନ୍ତି । ଦେଶରେ ଦୁଇଟି ଆଇନ୍ ·ଲିଛି ବୋଲି ବିରୋଧୀ କହିଛନ୍ତି । ସରକାରୀ ଓକିଲ ଫୈଜଲ ବୁଖାରୀ କହିଛନ୍ତି ଶାହବାଜଙ୍କ ପରିବାରର ମହିଳାମାନଙ୍କୁ ଏକ ପ୍ରଶ୍ନପତ୍ର ଦିଆଯାଇଥିଲା, କିନ୍ତୁ ସେମାନଙ୍କୁ କୌଣସି ଉତ୍ତର ମିଳିନଥିଲା । ବୁଖାରୀ କୋର୍ଟଙ୍କୁ କହିଛନ୍ତି ଯେ, ଶାହବାଜ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୦୯ ମସିହାରୁ ଅଲି ଅହମ୍ମଦ ଏବଂ ନିସର ଅହମ୍ମଦ ତାଙ୍କ କର୍ମ·ରୀ ଥିଲେୟ ଏହି ଦୁଇ ଜଣଙ୍କ ଜରିଆରେ ଶାହବାଜ ମନି ଲଣ୍ଡ୍ରିଂ କରିବାରେ ସଫଳ ହୋଇଥିଲେ । ଏହି ଦୁଇ ଜଣଙ୍କ ନାମରେ ଦୁଇଟି କମ୍ପାନୀ ଥିଲା ଏବଂ ସେମାନେ କମ୍ପାନୀର ନିର୍ଦ୍ଦେଶକ ଥିଲେ । ହେଲେ ଅଭିଯୁକ୍ତ ଇକ୍ରାମ ଦସ୍ତଖତ କରି ଆକାଉଣ୍ଟରୁ ପଇସା ଉଠାଉଥିଲେ । ଅନ୍ୟପକ୍ଷରେ, ଶାହବାଜଙ୍କ ଓକିଲ ଆଜମ ନାଜିର ତାର କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶରେ ଶାହବାଜ କୋର୍ଟକୁ ଆସିଛନ୍ତି । ତେଣୁ ଏହି ସମୟରେ ତାଙ୍କୁ ଗିରଫ କରିବା ନିୟମ ବାହାରେ । ଏହି ସମୟରେ ଗିରଫ କରିବାର ଉଦ୍ଦେଶ୍ୟ କ’ଣ? ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାୱାଲ ଭୁଟ୍ଟୋ ଜାରଦାରୀ କୋର୍ଟଙ୍କ ରାୟକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ବିରୋଧୀ କୋର୍ଟ ମାମଲାର ସମ୍ମୁଖୀନ ହେଉଛନ୍ତି ସେତେବେଳେ ଦେଶରେ ଦୁଇଟି ଆଇନ ଥିବା ଜଣାପଡ଼ୁଛି । କାରଣ କ୍ୟାବିନେଟ ସଦସ୍ୟ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ।

Leave A Reply

Your email address will not be published.