ବାଗଦାଦ ବିମାନ ବନ୍ଦର ନିକଟରେ ରକେଟ ଆକ୍ରମଣ

0 71

୩ ଶିଶୁ ଓ ୨ ମହିଳା ମୃତ

ବାଗଦାଦ : ଇରାକର ରାଜଧାନୀ ବାଗଦାଦ ନିକଟରେ ରକେଟ ଆକ୍ରମଣ ହୋଇଛି । ବାଗଦାଦ ବିମାନ ବନ୍ଦର ନିକଟରେ ହୋଇଥିବା ଏହି ଆକ୍ରମଣରେ ୩ ଜଣ ଶିଶୁ ଓ ୨ ଜଣ ମହିଳା ଜୀବନ ହାରିଛନ୍ତି । ଇରାକ ସେନା ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । କାଟୟୁସା ରକେଟ ଆକ୍ରମଣ ଘଟଣାରେ ଅନ୍ୟ ୨ ଜଣ ଶିଶୁ ଗୁରୁତର ହୋଇଛନ୍ତି । ଏଥି ସହିତ ଯେଉଁ ସ୍ଥାନରେ ରକେଟ ଆକ୍ରମଣ ହୋଇଛି ସେଠାରେ ଏକ ଘର ସଂପୂର୍ଣ୍ଣ ରୂପେ ଧ୍ୱଂସ ହୋଇଛି । ଇରାକ ରାଜଧାନୀ ବାଗଦାଦର ଦକ୍ଷିଣ-ପୂର୍ବରେ ଥିବା ଆଲବୁ-ଅମୀର ଅଂଚଳରେ ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ଅଲ ଜିହାଦ ପକ୍ଷରୁ କୁହାଯାଇଛି ଯେ, ଏକ ର୍ନିଦ୍ଧିଷ୍ଟ ଅପରାଧୀକ ଗୋଷ୍ଠୀ ଦ୍ୱାରା ଏହି ରକେଟ ଆକ୍ରମଣ ହୋଇଛି । ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାିମୀ, ଇରାକ କମାଣ୍ଡର ମୁଖ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସ୍ଥାନୀୟ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଆଦେଶ ଦେଇଛନ୍ତି । କିନ୍ତୁ ଏହି ଘଟଣା ପାଇଁ କୌଣସି ସଂସ୍ଥା ନିଜକୁ ଦାୟୀ କରିନାହିଁ ।

Leave A Reply

Your email address will not be published.