ଆଜି ଆସିବ ବାବ୍ରି ବିଧ୍ୱଂସ ମାମଲାର ରାୟ

0 76

ଅଭିଯୋଗ ପ୍ରମାଣିତ ହେଲେ ଆଡଭାନୀ, ଯୋଶୀ ଓ ଉମାଙ୍କୁ ହୋଇପାରେ ୫ ବର୍ଷର ଜେଲଦଣ୍ଡ

ନୂଆଦିଲ୍ଲୀ : ଅଯୋଧ୍ୟାରେ ୬ ଡିସେମ୍ବର ୧୯୯୨ରେ ଘଟିଥିବା ବାବ୍ରି ଭାଙ୍ଗିବା ମାମଲାରେ ସେପ୍ଟେମ୍ବର ୩୦ରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହାର ରାୟ ପ୍ରଦାନ କରିବେ । ଏହି ମାମଲାରେ ବିଜେପି ଭେଟେରାନ ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ, ବିନୟ କାଟିୟାରଙ୍କ ସମେତ ମୋଟ ୩୨ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି । ଅଯୋଧ୍ୟାରେ ବିବାଦୀୟ ଢ଼ାଞ୍ଚାକୁ ଷଡ଼ଯନ୍ତ୍ରପୂର୍ବକ ଭାଙ୍ଗି ଦିଆଯାଇଥିଲା ନା କର ସେବକଙ୍କ କ୍ରୋଧ ଜାହିର କରି ତାହାକୁ ଭାଙ୍ଗିଦେଇଥିଲେ ତାହା କୋର୍ଟ ସ୍ଥିର କରିବେ । ଯଦି ଏହି ବିଜେପି ନେତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇଯାଏ ତେବେ ସେମାନଙ୍କୁ ଅତିକମ୍ରେ ୨ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଦିଆଯାଇପାରେ । ବାବ୍ରି ଭାଙ୍ଗିବା ମାମଲାରେ ମୋଟ ୪୯ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା । ଏଥିମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅବଶିଷ୍ଟ ୩୨ ଜଣ ଅଭିଯୁକ୍ତ ଅଟନ୍ତି ।

Leave A Reply

Your email address will not be published.