ରାଜ୍ୟରେ ୩ହଜାର ୪୪୩ ନୂଆ କରୋନା ଆକ୍ରାନ୍ତ ୨୪ ଘଣ୍ଟାରେ ଚିହ୍ନଟ

0 73

ଭୁବନେଶ୍ୱର : ୨୪ ଘଣ୍ଟାରେ ରାଜ୍ୟରେ ୩ହଜାର ୪୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୦୧୭ ସଙ୍ଗରୋଧ କେନ୍ଦ୍ରରୁ ଓ ୧ ହଜାର ୪୨୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ରେ ପହଞ୍ଚିଛି। ୧,୮୧,୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬,୭୪୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ୩୦ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ୬୦୧ ଓ କଟକରୁ ୩୫୯। ଅନୁଗୁଳରୁ ୧୦୦, ବାଲେଶ୍ୱର ୧୫୨, ବରଗଡ଼ ୧୧୧, ଭଦ୍ରକ ୯୫, ବଲାଙ୍ଗୀର ୧୧୪, ବୌଦ୍ଧ ୧୦, ଦେଓଗଡ଼ ୧୩, ଢେଙ୍କାନାଳ ୪୭, ଗଜପତି ୧୮, ଗଞ୍ଜାମ ୫୪, ଜଗତସିଂହପୁର ୭୮, ଯାଜପୁର ୧୩୦, ଝାରସୁଗୁଡ଼ା ୭୭, କଳାହାଣ୍ଡି ୭୬, କନ୍ଧମାଳ ୧୦୩, କେନ୍ଦ୍ରାପଡ଼ା ୧୦୧, କେନ୍ଦୁଝର ୯୭, କୋରାପୁଟ ୫୨, ମାଲକାନଗିରି ୨୯, ମୟୁରଭଞ୍ଜ ୧୪୧, ନବରଙ୍ଗପୁର ୮୯, ନୟାଗଡ଼ ୮୮, ନୂଆପଡ଼ା ୮୭, ପୁରୀ ୧୩୨,ରାୟଗଡ଼ା ୨୯, ସମ୍ବଲପୁର ୧୩୧, ସୋନପୁର ୯୪, ସୁନ୍ଦରଗଡ଼ ୮୧, ଷ୍ଟେଟ ପୁଲ ୧୫୪ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.