ବାବ୍ରି ମସଜିଦ୍ ଭଙ୍ଗା ମାମଲା, ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

0 72

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବାବ୍ରୀ ମସଜିଦ୍ ବିଧ୍ୱଂସ ମାମଲାର ରାୟ ଆଜି ପ୍ରକାଶ ପାଇଛି । ମାମଲାର ଶୁଣାଣି କରି ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ । ବାବ୍ରୀ ମସଜିଦ୍ ଭଙ୍ଗା ମାମଲାରେ ଲକ୍ଷେ୍ନø ସିବିଆଇ ସ୍ପେଶାଲ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି । ଏହି ମାମଲାରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଦୋଷମୁକ୍ତ ହୋଇଛନ୍ତିୟ ସେହପରି ଉମା ଭାରତୀ, ବିନୟ କଟିୟାର, କଲ୍ୟାଣ ସିଂହ ମଧ୍ୟ ଦୋଷମୁକ୍ତ ହୋଇଛନ୍ତି । ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ୍ ପ୍ରମାଣ ନାହିଁ । ବାବ୍ରୀ ମସ୍ଜିଦ୍ ଭଙ୍ଗାକୁ ପୂର୍ବ ଯୋଜନାପ୍ରସ୍ତୁତ ବୋଲି କୁହାଯାଇ ପାରିବ ନାହିଁ । ଏହା ସାମୟିକ ଆବେଗ ହୋଇପାରେ ମାତ୍ର ପୂର୍ବ ଯୋଜନାପ୍ରସ୍ତୁତ ନୁହେଁ । ସିବିଆଇ ଯେଉଁ ଆରୋପ ଲଗାଇଥିଲା, ତାର କିଛି ପ୍ରମାଣ ନାହିଁ । ଏପରିକି ପ୍ରମାଣ ପାଇଁ ଦାଖଲ ଭିଡିଓ ଟ୍ୟାମ୍ପରିଂ ହୋଇଥିବା କହିଛନ୍ତି କୋର୍ଟ । ସୂଚନାଥାଉ କି, ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦ୍ ଭଙ୍ଗା ଘଟଣା ଘଟିଥିଲା । ୨୮ ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି ।

Leave A Reply

Your email address will not be published.