ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କୁ ଆକ୍ରମଣ

0 170

ଭବାନୀପାଟଣା: ଜଣାଶୁଣା ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ ଅଭିଯୋଗ । ଏକ ଗ୍ରୁପ୍‌ର କିଛି ଲୋକମାନେ ତାଙ୍କୁ ମାଡ଼ ମାରିଥିବା ମଙ୍ଗଳବାର ଦିନ ପୋଲିସ୍‌ କହିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ରୁପ୍ରା ନିକଟ ଅଂରାମାଳ‌ ଗାଁକୁ ରବିବାର ରାତିରେ ଯୋଗବ୍ୟାସ କୌଣସି ବ୍ୟକ୍ତିଗତ କାମରେ ଯାଇଥିଲେ। ଏହି ସମୟରେ ସେଠାରେ ୩ଜଣ ବ୍ୟକ୍ତି ତାଙ୍କୁ ଷ୍ଟିକ୍‌ରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୋଗବ୍ୟାସ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ଯୋଗବ୍ୟାସଙ୍କ ସାଙ୍ଗ ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସୋମବାର ସନ୍ଧ୍ୟାରେ ଯୋଗବ୍ୟାସ ଏ ନେଇ ପୋଲିସ୍‌ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ୍‌ ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଏହା ସହ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି।

Leave A Reply

Your email address will not be published.