୩୦ଲକ୍ଷ ଟଙ୍କାର ଗଞ୍ଜେଇ ନାଗାଲ୍ୟାଣ୍ଡକୁ ଚୋରା ଚାଲାଣ: ୨ଗିିରଫ

0 60

ପାରଳାଖେମୁଣ୍ଡି, (ଡୁମାଣୀ ଖବର) ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରୁ ସୁଦୁର ନାଗାଲ୍ୟାଣ୍ଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଏକ ଟ୍ରକକୁ ଜବତ କରିଛି । ଏଥିରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେବା ସହ ୨ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ ହୋଇଥିବା ସୂଚନା ମିଳିଛି । ଗଜପତି ଜିଲ୍ଲା ଏସ୍.ପି. ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୋହନା ପୋଲିସ ପକ୍ଷରୁ ୫୭୮ ଗଞ୍ଜେଇ ଜବତ କରାଯାଇଥିବାର ଜଣାପଡିଛି । ଗତକାଲି ମୋହନା ପୋଲିସ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ଗଜପତିର ରାଇସିଂ ଛକ ଠାରେ ଏକ ଟ୍ରକ ଉପରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ଟ୍ରକ ନଂ ଏନ୍ଏଲ୍ ୦୧ଏଡି ୯୩୪୧ରୁ ୨୨ଗୋଟି ଜରି ଅଖା ଭର୍ତ୍ତୀ ଗଞ୍ଜେଇ ରହିଥିଲା । ଯାହାକି ୫୭୮କେ.ଜି ଓଜନ ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ ସମ୍ପୃକ୍ତ ବିହାର ରାଜ୍ୟ ଔରଙ୍ଗାବାଦର ବିରେନ୍ଦ୍ର ଯାଦବ ଏବଂ ରୂପେଶ କୁମାର ଯାଦବଙ୍କୁ ଗିରଫ କରି ଆଜି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି । ଏନେଇ ମୋହନା ଥାନାରେ ୧୫୨/୨୦ରେ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ମାଜିଷ୍ଟ୍ରେଟ ତଥା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରାଦେବୀ ଉପସ୍ଥିତଥିଲେ ।

Leave A Reply

Your email address will not be published.