ଗୁଣି ସନ୍ଦେହରେ ହତ୍ୟା, ୫ ଅଭିଯୁକ୍ତ ଗିରଫ

0 73


ପାରଳାଖେମୁଣ୍ଡି, (ଡୁମାଣୀ ଖବର) : ଗଜପତି ଜିଲ୍ଲାର ଆର୍.ଉଦୟଗିରି ବ୍ଲକରେ ଗୁଣି ସନ୍ଦେହରେ ଏକ ହତ୍ୟାକାଣ୍ଡ ଗତ ଅଗଷ୍ଟ ୯ ତାରିଖ ଦିନ ଘଟିଥିଲା । ଏହିି ଘଟଣାରେ ଗତ ୩ଦିନ ତଳେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏନେଇ ଆର୍.ଉଦୟଗିରି ପୋଲିସ ଅନ୍ୟ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲେ । ଗତକାଲି ଏହିି ଘଟଣାରେ ପୋଲିସ ଆହୁରି ୫ଜଣ ଅଭିିଯୁକ୍ତଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଏହି ଜିଲ୍ଲାର ଆର୍.ଉଦୟଗିରି ଥାନାର ଅବାରସିଂ ପଞ୍ଚାୟତର କୁଣ୍ଡୁଲୁ ଗ୍ରାମର ଡାଳିମ୍ବ ଗମାଙ୍ଗଙ୍କୁ ଗୁଣି ସନ୍ଦେହରେ ସେହି ଗ୍ରାମର ରାମଚନ୍ଦ୍ର ରଇତ ଜଙ୍ଗଲକୁ ନେଇ ଗତ ଅଗଷ୍ଟ ୯ ତାରିିଖ ଦିନ ଗୁଳିକରି ହତ୍ୟା କରିଥିଲା । ହତ୍ୟା ପରେ ଜଙ୍ଗଲ ମଧ୍ୟରେ ଶବକୁ ପୋତିଦେଇଥିଲେ । ଡାଳିମ୍ବ ନିଖୋଜ ଦେଖି ତାର ପୁତୁରା ବୁଡୁ ଗମାଙ୍ଗ ଆର୍.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ପରେ ଘଟଣାର ଆରମ୍ଭ ହୋଇ ପୋଲିସ ରାମଚନ୍ଦ୍ର ରଇତକୁ ଗିିରଫ କରିଥିଲା । ରାମଚନ୍ଦ୍ରର ସୂଚନା ଅନୁଯାୟୀ ପୋଲିସ ଜଙ୍ଗଲ ମଧ୍ୟରୁ ମାଟିତଳୁ ମୃତଦେହ ଉଦ୍ଧାର କରିବା ସହ ଏକ ବନ୍ଧୁକ ମଧ୍ୟ ଜବତ କରିଥିଲେ । ଏହି ଘଟଣାନେଇ ଆର୍.ଉଦୟଗିରି ଥାନାରେ କେସ ନଂ ୭୬/୨୦ରେ ମକଦ୍ଦମା ରୁଜୁ କରି କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଜାରୀ ରହିଥିଲା । ପରିଶେଷରେ ଏହି ହତ୍ୟା କାଣ୍ଡରେ ରାମଚନ୍ଦ୍ରକୁ ସହଯୋଗ କରିଥିବା ଅଭିଯୋଗରେ ଅନ୍ୟ ୫ଜଣକୁ ଗିରଫ କରିଛି । ଏମାନେ ହେଲେ ଅଭି ରଇତ (୩୨), ଡମ୍ବରୁ ରଇତ (୪୫), ସନ୍ୟାସୀ ରଇତ(୪୫), ନୀଳାମ୍ବର ରଇତ(୨୦) ସମ୍ବରା ମଣ୍ଡଳ(୪୩) । ଏହି ୫ଜଣକୁ ଆଜି କୋର୍ଟକୁ ଚାଲାଣ କରାଯାଇଥିବା ଆର୍.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.