ୟୁପିଏସସି ପ୍ରିଲିମସ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନ ଖାରଜ

0 58

ନୂଆଦିଲ୍ଲୀ: ଅକ୍ଟୋବର ୪ରେ ହେବାକୁ ଥିବା ୟୁପିଏସସି ପ୍ରିଲିମସ ପରୀକ୍ଷା ୨୦୨୦ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯୁପିଏସସି ଯେଉଁ ସତ୍ୟପାଠ ଦାଖଲ କରିଛି ତାହାକୁ କୋର୍ଟ ଗ୍ରହଣ କରିଛନ୍ତି । ପରୀକ୍ଷା ପ୍ରସ୍ତୁତି ଶେଷ ହୋଇଛି, ତେଣୁ ଘୁଞ୍ଚାଇଲେ ଏହା ପରୀକ୍ଷାର୍ଥୀଙ୍କ ଉପରେ ପ୍ରଭାବ ପକାଇବ ବୋଲି ୟୁପିଏଏସି ବୋର୍ଡ କୋର୍ଟରେ ପକ୍ଷ ରଖି କହିଥିଲା । ଯଦି ପରୀକ୍ଷା ଘୁଞ୍ଚାଯିବ ତାବେଲେ ଆସନ୍ତା ବର୍ଷ ମଧ୍ୟ ପରୀକ୍ଷା ଉପରେ ପ୍ରଭାବ ପକାଇବ ବୋଲି ବୋର୍ଡ ଯୁକ୍ତି ରଖିଥିଲେ । ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୟୁପିଏସସି ଦ୍ୱାରା ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ଏ ନେଇ ୟୁପିଏସସି ଦାଖଲ କରିଥିବା ଆଫିଡେଭିଟରେ କହିଛି । ଏଥିରେ ଆହୁରି କୁହାଯାଇଛି ଯେଉଁମାନଙ୍କୁ କାଶ କିମ୍ୱା ଥଣ୍ଡା ହୋଇଥିବ ସେମାନଙ୍କ ବସିବା ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି । ଏହି ପରୀକ୍ଷା କରିବା ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ଏଭଳି ପରିସ୍ଥିତିରେ ଯଦି ପରୀକ୍ଷା ସ୍ଥଗିତ ରଖାଯାଏ ତେବେ ସରକାରୀ ଅର୍ଥର ବଡ କ୍ଷତି ଘଟାଇବ । ଅକ୍ଟୋବର ୪ ରେ ଟଚଝଉ ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେବ । କରୋନା ଅବଧିରେ, ଏହାକୁ ସ୍ଥଗିତ ରଖିବାକୁ ଏକ ଆବେଦନ କରାଯାଇଥିଲା । ୟୁପିଏସସି ପ୍ରିଲିମ ପରୀକ୍ଷାରେ ୬ ଲକ୍ଷ ପରୀକ୍ଷାର୍ଥୀ ଉପସ୍ଥିତ ରହିବେ । ଦେଶର ୭୨ଟି ବିଭିନ୍ନ ସହରରେ ପରୀକ୍ଷା ହେବ । ଏଥିମଧ୍ୟରୁ କେତେକ କରୋନା କାରଣରୁ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ଏହି ପରୀକ୍ଷା ପ୍ରଥମେ ୩୧ ମେରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ତା’ପରେ ୫ ଜୁନ୍ ରେ, ଟଚଝଉ ୪ ଅକ୍ଟୋବର ନୂଆ ତାରିଖ ଘୋଷଣା କରିଥିଲେ ।

Leave A Reply

Your email address will not be published.