କେନ୍ଦ୍ର ସରକାରଙ୍କ କୃଷି ବିଧେୟକକୁ ବିରୋଧ କରି ରାହୁଳ ଟ୍ରାକ୍ଟର ରୋଡ୍ ଶୋ’ରେ ଭାଗ ନେବେ

0 74

ନୂଆଦିଲ୍ଲୀ : କେନ୍ଦ୍ରୀୟ କୃଷି ଅଧ୍ୟାଦେଶକୁ ନେଇ ରାହୁଳ ଗାନ୍ଧି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପଞ୍ଜାବ ଗସ୍ତ କରିବେ । ଫତେଗଡ଼ ସାହିବ ବଦନୀ କଲାଂ ଠାରେ ଏହାର ଆରମ୍ଭ ହେବ ଓ ଅକ୍ଟୋବର ୨ ତାରିଖରେ ରାୟକୋଟ ଠାରେ ଟ୍ରାକ୍ଟର ରୋଡ୍ ଶୋ’ରେ ରାହୁଳ ଯୋଗ ଦେବେ । ଅକ୍ଟୋବର ୩ ତାରିଖରେ ରାହୁଳ ଗାନ୍ଧି ସଙ୍ଗରୁର୍ ଲୋକସଭା ମଣ୍ଡଳୀର ଘୁରିରୁ ପଟିଆଲା କ୍ଷେତ୍ରର ସମାନା ପର୍ଯ୍ୟନ୍ତ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେବେ । ସୂଚନାଥାଉକି କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କୃଷି ବିଲ୍ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ପଶ୍ଚିମ ଉତ୍ତରପ୍ରଦେଶ ଭଳି ସ୍ଥାନରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳୁଛି । ଏହି କ୍ରମରେ ଗତ ସୋମବାର ଦିନ ରାଜଧାନୀ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏକ ଟ୍ରାକ୍ଟରକୁ ଜାଳି ଦେଇ ନିଜର ବିରୋଧାଭାଷ ପ୍ରକଟ କରିଥିଲେ ।

Leave A Reply

Your email address will not be published.