0 74

ଖୋଲିଲା ଭିତରକନିକା

ପଟ୍ଟାମୁଣ୍ଡାଇ : ଆଜିଠୁ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା ତେବେ ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକାରେ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ । କୋଭିଡ୍ କଟକଣା ଭିତରେ ସମସ୍ତ ଗାଇଡଲାଇନ୍‌ ମାନି ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲି ପାରିବେ ।

ତେବେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ । ଏଥିପାଇଁ ଓଡ଼ିଶା ଇକୋ ଟୁରିଜିମରେ ଅନ୍‌ଲାଇନ୍‌ରେ ବୁକ୍ କରିପାରିବେ । କଟେଜ ଓ ବୋଟଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ,

ତେବେ କେବଳ ରାତ୍ରୀଯାପନ ପାଇଁ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଙ୍ଗଠନ ବିରୋଧ କରିଛନ୍ତି ।  ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟକ  ଭିତରକନିକା ବୁଲିପାରିବେ ନାହିଁ। ଏହା ପ୍ରତିବାଦରେ ଆନ୍ଦୋଳନ କରିବାକୁ ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି

Leave A Reply

Your email address will not be published.