ଚୀନ୍ ପର୍ଯ୍ୟନ୍ତ ନୂତନ ମାର୍ଗ ଖୋଜୁଥିବା ବିଏସଏଫ୍ ଅଧିକାରୀଙ୍କ ମୃତ୍ୟୁ

0 59

କିନ୍ନୋର, ୧ ।୧୦ : ହିମାଚଳ ପ୍ରଦେଶରୁ ଚୀନ୍ ପର୍ଯ୍ୟନ୍ତ ଏକ ନୂତନ ମାର୍ଗ ଖୋଜୁଥିବା ଜଣେ ବିଏସ୍ଏଫ୍ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ୭୦ ବର୍ଷର ବିଏସ୍ଏଫ୍ର ଅବସରପ୍ରାପ୍ତ ଡିଆଇଜି ଏସସି ନେଗି ହିମାଚଳ ପ୍ରଦେଶରୁ ଚୀନ୍ ପର୍ଯ୍ୟନ୍ତ ଏକ ସଟ୍ରୁଟ୍ ଖୋଜୁଥିଲେ । ସେ ତାଙ୍କର ଏକ ଟିମ୍ ସହିତ ହିମାଚଳ ପ୍ରଦେଶର ପାହାଡରୁ ଚୀନ୍ ପର୍ଯ୍ୟନ୍ତ ରାସ୍ତା ଖୋଜୁଥିଲେ, କିନ୍ତୁ ଏହି ଅଭିଯାନରେ ତାଙ୍କର ମୃତ୍ୟୁ ହୋଇଥିଲା । ୧୯୯୯ ରେ କାର୍ଗିଲ ବିବାଦ ସମୟରେ ଅବସରପ୍ରାପ୍ତ ଅଧିକାରୀ ଏସସି ନେଗି ବିଏସଏଫର ଏକ ବାଟାଲିୟନର ନେତୃତ୍ୱ ନେଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି । ସେ ବିଏସ୍ଏଫ୍ରେ ୩୩ ବର୍ଷ ସେବା କରିବା ପରେ ୨୦୧୦ ରେ ଅବସର ନେଇଥିଲେ । ବିଏସଏଫ ଏକ ବିବତ୍ତିରେ କହିଛି ଯେ ସେ ହିମାଚଳ ପାହାଡରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Leave A Reply

Your email address will not be published.