୪ଦିନ ଧରି ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ

0 85

ନୂଆଦିଲ୍ଲୀ: ଗତ ·ରି ଦିନ ଧରି ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ·ଲିଛି ଘମାଘୋଟ ଯୁଦ୍ଧ । ଏହି ଯୁଦ୍ଧ ବର୍ତ୍ତମାନ ଆଗକୁ ମଧ୍ୟ ବଢିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ଦୁଇ ଦେଶ ଯୁଦ୍ଧ ବନ୍ଦ କରିବାକୁ ଆନ୍ତର୍ଜାତୀୟ ସମ୍ପ୍ରଦାୟ ପକ୍ଷରୁ କରାଯାଇଥିବା ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ଯୁଦ୍ଧ ବନ୍ଦ କରିବାକୁ ଏବଂ ଶାନ୍ତି ସହ ସମସ୍ୟାର ସମାଧାନ କରିବାକୁ ଆନ୍ତର୍ଜାତୀୟ ସମୁଦାୟ ଉଭୟ ଦେଶକୁ ନିବେଦନ କରିଛି । ବାସ୍ତବରେ ଅନ୍ତର୍ଜାତୀୟ ସମୁଦାୟ ଚିନ୍ତିତ ଯେ ଯଦି ରୁଷ ଭଳି ମହାଶକ୍ତି ଏହି ଯୁଦ୍ଧରେ ଯୋଗ ଦିଅନ୍ତି, ତେବେ ସମଗ୍ର ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧକୁ ସମ୍ମୁଖୀନ ହେବ । ଏଭଳି ହେଲେ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ଉପୁଜିପାରେ । ସେହିଭଳି ବିଶ୍ୱ ବର୍ତ୍ତମାନ କରୋନା ମହାମାରୀର ସମ୍ମୁଖୀନ ହୋଇଛି । ଏହି ସମୟ ମଧ୍ୟରେ ଯଦି ବିଶ୍ୱଯୁଦ୍ଧ ପରି ପରିସ୍ଥିତି ଉପୁଜେ, ତେବେ ବିଶ୍ୱ ସାମ୍ନାରେ ଏହା ବହୁତ କଷ୍ଟସାଧ୍ୟ ହେବ । ନାଗର୍ନୋ-କରାବାକ୍ ଅଞ୍ଚଳକୁ ନେଇ ଦୁଇ ଦେଶ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ବିବାଦ ଲାଗି ରହିଛି । ଏଥିପାଇଁ ଗତ ୪ ଦିନ ଧରି ଉଭୟ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଛନ୍ତି । ଯୁଦ୍ଧରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ବିପୁଳ ପରିମାଣର ଗୁଳି ବିନିମୟ ହୋଇଛି । ଏହି ସମୟ ମଧ୍ୟରେ କୌଣସି ଦେଶ ପଛକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଉଭୟ ଦେଶ ପରସ୍ପର ପାଇଁ ବହୁତ କ୍ଷତି ଘଟାଇଥିବା ନେଇ ଭିଡିଓ ଜାରି କରି ଦାବି କରୁଛନ୍ତି ।

Leave A Reply

Your email address will not be published.