କରୋନା ଭୂତାଣୁ ଫୁସଫୁସକୁ ପଥର କରିଦେଉଛି : ବିଶେଷଜ୍ଞ

0 77

ନୂଆଦିଲ୍ଲୀ : ଭୋପାଳ ଏମ୍ସ ପରେ ଗୁଜୁରାଟ ଭାରତର ଦ୍ୱିତୀୟ ସର୍ବାଧିକ କରୋନା ମୃତ୍ୟୁ ହେଉଥିବା ସାମ୍ନାକୁ ଆସିଛି । ଏହି ମାରାତ୍ମକ ଭୂତାଣୁ କିପରି ମାନବ ଶରୀରକୁ ନଷ୍ଟ କରିଦିଏ ଜାଣିବା ପାଇଁ ମୃତକଙ୍କ ଶରୀର ଉପରେ ଏଠାରେ ଅନୁସନ୍ଧାନ କରାଯାଇଛି ଏବଂ ମୃତ୍ୟୁ ସହ ଜଡିତ ଏକ ରହସ୍ୟ ଖୋଜିଥିବା ଜଣାପଡିଛି । ରାଜକୋଟ ସିଭିଲ ହସ୍ପିଟାଲ ସହ ଜଡିତ ପିଡିୟୁ ସରକାରୀ ମେଡିକାଲ କଲେଜରେ ଏପର୍ଯ୍ୟନ୍ତ ୫ଟି ଶବ ବ୍ୟବଚ୍ଛେଦ କରାଯାଇଛି । ସମସ୍ତ ପୋଷ୍ଟମର୍ଟମ ରିପୋର୍ଟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ସୂଚନା ଏହା ଯେ କରୋନା ଭୂତାଣୁ ଜଣେ ବ୍ୟକ୍ତିଙ୍କ ନରମ ଫୁସଫୁସକୁ ପଥର ପରି କଠିନ କରିଦିଏ । ଯାହାଦ୍ୱାରା ବ୍ୟକ୍ତି ଜଣକ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ଏବଂ ମୃତ୍ୟୁ ହୋଇଥାଏ । ପିଡିୟୁ ଜିଏମସିର ପ୍ରଫେସର ତଥା ଫୋରେନସିକ୍ ମେଡିସିନ୍ ମୁଖ୍ୟ ଡାକ୍ତର ହେଟାଲ୍ କିଆଡା କହିଛନ୍ତି ଯେ ଫରେନସିକ୍ ମେଡିସିନରେ ସେ ୧୩ ବର୍ଷ କ୍ୟାରିଅରରେ ପ୍ରଥମ ଥର ପାଇଁ ଏହା ଦେଖିଛନ୍ତି ଯେ ଏକ ଭାଇରାଲ୍ ରୋଗ ଫୁସଫୁସକୁ ପଥର ପରି କଠିନ କରିଦେଉଛି । ଡକ୍ଟର କିଆଡା କୁହନ୍ତି, ଫୁସଫୁସ ଏକ ନରମ ଅଙ୍ଗ ଅଟେୟ ଯାହାକୁ ସେ ରୁଟି ସହିତ ତୁଳନା କରିଛନ୍ତି । ଫୁସଫୁସ କର୍କଟ, ନିମୋନିଆ ଏବଂ ଯକ୍ଷ୍ମା ରୋଗୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆମେ ଦେଖୁ ଯେ ଫୁସଫୁସ କଠିନ ହୋଇଯାଏ, କିନ୍ତୁ କରୋନାରେ ଏପରି ପରିଲକ୍ଷିତ ହୋଇଛି । ସେ କହିଛନ୍ତି ଯେ ଡାକ୍ତରମାନେ ଅନ୍ୟ ଏକ ଅସାଧାରଣ ପରିବର୍ତ୍ତନକୁ ଲକ୍ଷ୍ୟ କରିଛନ୍ତି ଯେ କରୋନା ଭୂତାଣୁ କୌଣସି ଫୁଲା କିମ୍ବା ଆକାର ବୃଦ୍ଧି ନକରି ରୋଗୀଙ୍କ ଓଜନକୁ ·ରି ଗୁଣ ବଢାଇଥାଏ । ସେହିପରି ଫୁସଫୁସର ସାଧାରଣ ଓଜନ ୩୭୫ ଗ୍ରାମରୁ ୪୦୦ ଗ୍ରାମ ରହିବା ପରିବର୍ତ୍ତେ କରୋନା ପୀଡିତଙ୍କ ଫୁସଫୁସ ଓଜନ ୧,୨୦୦-୧,୩୦୦ ଗ୍ରାମ ହୋଇଯାଏ । ମାର୍ଚ୍ଚ ୧୯ରେ ଗୁଜୁରାଟରେ ପ୍ରଥମ ସଂକ୍ରମଣ ପଞ୍ଜିକୃତ ହେବା ପରେ ୩,୪୪୨ ଜଣଙ୍କର ମୃତ୍ୟୁ ଘଟିଛି । ମହାମାରୀର ମୁକାବିଲା କରିବାର ଛଅ ମାସ ପରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ଆରମ୍ଭ ହୋଇଛି ।

Leave A Reply

Your email address will not be published.