ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଘନଉଛି ଆନ୍ଦୋଳନ

0 76

ପୋଲିସ ଲାଠିଚାର୍ଜ କରିବା ଅଭିଯୋଗ ଆଣିଲେ ରାହୁଳ

ନୋଏଡା: ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏପରିକି କଂଗ୍ରେସ ନେତା ରାହୁଳ ଗାନ୍ଧିଙ୍କୁ ପୋଲିସ ତଳେ ପକାଇ ମାଡ଼ ମାରିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯାଉଥିବା ବେଳେ ସେମାନଙ୍କୁ ପୁଲିସ୍ ଆଗକୁ ବିବାକୁ ଦେଇନାହିଁ । ସେମାନେ ଦିଲ୍ଲୀରୁ ଗାଡ଼ି ଯୋଗେ ହାଥରସ ଯାଉଥିବା ବେଳେ ଅଧା ବାଟରେ ଏହାକୁ ଅଟକାଇ ଦିଆଯାଇଥିଲା । ଏହାପରେ ଉଭୟ ଦିଲ୍ଲୀ-ଉତ୍ତର ପ୍ରଦେଶ ଜାତୀୟ ରାଜପଥରେ ପଦଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ କିଛି ବାଟ ଅତିକ୍ରମ କରିବା ପରେ ପୁଲିସ୍ ସେମାନଙ୍କୁ ପୁଣିଥରେ ଅଟକାଇ ଥିଲା । ଏପରି କି ଉତ୍ତର ପ୍ରଦେଶ ପୁଲିସ୍ ରାହୁଲ ଗାନ୍ଧିଙ୍କୁ ଅଟକ ମଧ୍ୟ କରିଛି । ସେହିପରି ପୁଲିସ୍ ତାଙ୍କୁ ଧକ୍କା ମାରି ତଳେ ପକାଇବା ସହ ଲଠି·ର୍ଜ କରିଥିବା ସେ ଅଭିଯୋଗ କରିଛି । ସୋଶାଲ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଫଟୋ ଅନୁଯାୟୀ, ରାହୁଲ ଗାନ୍ଧିଙ୍କୁ ପୁଲିସ୍ ଜୋରଜବରଦସ୍ତି ଅଟକାଇବା ବେଳର ଦୃଶ୍ୟ ରହିଛି । ସେହିପରି ଆଉ ଗୋଟିଏ ଫଟୋରେ ରାହୁଲଙ୍କ କର୍ତ୍ତାକୁ ପୁଲିସ୍ ଛାତି ପାଖରୁ ଧରିଛିୟ ପୁଲିସ୍ର ଏଭଳି କାଣ୍ଡ ବିରୋଧରେ ଉଭୟ ରାହୁଲ ଓ ପ୍ରିୟଙ୍କା ରାଜରାସ୍ତାରେ କଂଗ୍ରେସ କର୍ମୀଙ୍କ ସହ ମଧ୍ୟ ଧାରଣା ଦେଇଥିଲେ । ରାହୁଲ ଗାନ୍ଧି କହିଛନ୍ତି, ଏବେ ପୁଲିସ୍ ମୋତେ ଧକ୍କା ମାରିବା ସହ ତଳେ ପକାଇ ଲାଠି ମାଡ଼ କରିଛି । ମୁଁ ଏଠାରେ ପ·ରିବାକୁ ·ହୁଁଛି ଯେ କ’ଣ କେବଳ ମୋଦିଜୀ ଦେଶର ରାସ୍ତାରେ ·ଲି ପାରିବେ? କ’ଣ ଜଣେ ସାଧାରଣ ଲୋକ ରାସ୍ତାରେ ·ଲି ପାରିବ ନାହିଁ? ଆମ ଗାଡ଼ିକୁ ଅଟକାଇବାରୁ ଆମେ ·ଲିବା ଆରମ୍ଭ କରିଥିଲୁ । ଉତ୍ତର ପ୍ରଦେଶ ଯିବା ବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ୍ କେଉଁଭଳି ଲାଠି ·ର୍ଜ କରି ଆହତ କରିଥିଲା, ତା’ର ଫଟୋ ମଧ୍ୟ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ୱିଟ କରିଛନ୍ତି । ରାହୁଲ ଓ ପ୍ରିୟଙ୍କା ଉତ୍ତର ପ୍ରଦେଶ ଯିବାର ଥିବାରୁ ସୀମାନ୍ତ ଅଞ୍ଚଳରେ ଶହଶହ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ । ଏହି ସମୟରେ ଗାନ୍ଧିଙ୍କ ଏସୟୁଭି ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାକୁ ଅତିକ୍ରମ କରିଯାଇଥିଲା । ହେଲେ ପୁଲିସ୍ ସେମାନଙ୍କ କନଭୟକୁ ଗ୍ରେଟର ନୋଏଡାଠାରେ ଅଟକାଇ ଦେଇଥିଲା । ଉତ୍ତର ପ୍ରଦେଶର ହାଥରସ ଠାରୁ ଗ୍ରେଟର ନୋଏଡାର ଦୂରତା ୧୪୨ କିମି । ଏହାପରେ ରାହୁଲ ଓ ପ୍ରିୟଙ୍କା ଗାଡ଼ିରୁ ଓହ୍ଲାଇ ·ଲିବା ଆରମ୍ଭ କରିଥିଲେ । ଶହଶହ କଂଗ୍ରେସ କର୍ମୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରାବାଜୀ କରିଥିଲେୟ ଏହାପରେ ସମସ୍ତଙ୍କୁ ପୁଲିସ୍ ଅଟକାଇବାରୁ ଧସ୍ତାଧସ୍ତି ଓ ଲାଠି·ର୍ଜ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.