ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ

0 91

ୱାଶିଂଟନ: ନିର୍ବାଚନ ପୂର୍ବରୁ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଟ୍ରମ୍ପଙ୍କର ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଉଭୟେ କରୋନା ଟେଷ୍ଟ କରାଇଥିଲେ । ଉଭୟଙ୍କର ପଜିଟିଭ ଆସିଛି । ଟ୍ରମ୍ପ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନାଥାଉ କି, ହୋପ ଟ୍ରମ୍ପଙ୍କ ପ୍ରେସିଡେନ୍ସିଆଲ କ୍ୟାମ୍ପେନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ଗତ କିଛିଦିନ ଧରି ସେ ଟ୍ରମ୍ପଙ୍କ ସହ ତାଙ୍କ ବିମାନ ଏୟାରଫୋର୍ସ-୧ରେ ଯାତ୍ରା କରୁଥିଲେ । ହୋପଙ୍କର ପଜିଟିଭ ଆସିବା ପରେ ଉଭୟେ କ୍ୱାରେଣ୍ଟିନରେ ଥିଲେ । ତେବେ ଉଭୟେ କେତେ ଦିନ ଆଇସୋଲେସନରେ ରହିବେ ତାହା ଟ୍ରମ୍ପ ସୂଚନା ଦେଇ ନାହାନ୍ତି । ତେବେ ହେଲଥ୍ ଏକ୍ସପର୍ଟ ତାଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.