ବେଆଇନ କାଠ ପଟା ଚୋରା ଚାଲାଣ ବେଳେ ଅଟୋ ଜବତ,୨ଗିରଫ

0 69

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଚନ୍ଦ୍ରଗିରି ରେଞ୍ଜରୁ ଏକ ଅଟୋରେ କାଟ ପଟା ଚୋରା ଚାଲାଣ ବେଳେ ବନ ବିଭାଗ ଦ୍ୱାରା ଧରାପଡିଥିବା ଜଣାପଡିଛି । ଏଥିରେ କାଠ ପଟା ସହ ଅଟୋ ଜବତ ହୋଇଥିବା ବେଳେ୨ଜଣ ଗିରଫ ହୋଇଛନ୍ତି । ଘଟଣାରୁ ପ୍ରକାଶ ଜାମଢିଅ ଠାରୁ ରୁଆଆମ୍ବ ଗ୍ରାମ ରାସ୍ତାରେ ଏପି ୩୦ ୱାଇ ୬୭୯୨ ନମ୍ବର ଅଟୋରେ ୨୧ଗୋଟି ପିଆସାଳ କାଠ ପଟା ଚନ୍ଦ୍ରଗିରି ଅଭିମୁଖେ ଚୋରା ଚାଲାଣ ହେଉଥିଲା । ବନ ବିଭାଗ ଏହାର ଚଢାଉ କରି ଅଟୋ ସହ କାଠ ପଟା ଜବତ କରି ୨ଜଣକୁ ଗିରଫ କରିଛନ୍ତି । ଏହି ୨ଜଣ ହେଲେ ଖାରିଗୁଡା ଗ୍ରାମର ଦୟାନିଧି ପାଇକ ଓ ଟୁକୁନା ପାଇକ । ଏହି କାଠ ଚୋରା ଚାଲାଣ ନେଇ ଆହୁରି ଅଧିକା ତଦନ୍ତ ଜାରି ରହିଥିବା ପାରଳା ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଏସିଏଓଫଓ ଗୌରି ପ୍ରସାଦ ରଥ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.