ସୁଶାନ୍ତ ଆତ୍ମହତ୍ୟା କରିଥିଲେ: ଏମ୍ସ

0 74

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ହୋଇନାହିଁ । ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଏମସ୍ ଡାକ୍ତରୀ ପ୍ୟାନେଲ୍ କହିଛି । ସିବିଆଇକୁ ନିଜ ପରାମର୍ଶ ଦେବା ବେଳେ ଏମସର ଡାକ୍ତରୀ ପ୍ୟାନେଲ ଏଭଳି କହିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ଓକିଲଙ୍କ ପକ୍ଷରୁ ସୁଶାନ୍ତଙ୍କୁ ବିଷ ଦିଆଯାଇଥିବା ଏବଂ ତାଙ୍କ ଗଳା ଚିପି ହତ୍ୟା କରିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖାରଜ କରିଛି ପ୍ୟାନେଲ । ସୂତ୍ର ଅନୁସାରେ, ଏମସ୍ ଡାକ୍ତରୀ ପ୍ୟାନେଲ ନିଜର ତଦନ୍ତ ସମ୍ପୂର୍ଣ୍ଣ କରିସାରିଛନ୍ତି ଏବଂ ସିବିଆଇକୁ ନିଜ ରିପୋର୍ଟ ପ୍ରଦାନ କରି ଫାଇଲ୍ ବନ୍ଦ କରିଦେଇଛନ୍ତି । ଏବେ ସିବିଆଇ ଏହି ରିପୋର୍ଟକୁ ଆଧାର କରି ତଦନ୍ତ ପ୍ରକ୍ରିୟାରେ ଆଗେଇବ । ଯାହା ଜଣାପଡ଼ିଛି ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆତ୍ମହତ୍ୟା ଦିଗରେ ଆଗେଇବ । ବଲିଉଡର ଆଗ ଧାଡ଼ିର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜୁନ୍ ୧୪ରେ ଅ·ନକ ମୃତ୍ୟୁ ସାରା ଦେଶକୁ ଚକିତ କରିଦେଇଥିଲା । ମୁମ୍ବାଇ ପୁଲିସ ପ୍ରାଥମିକ ତଦନ୍ତରେ ଏହାକୁ ଏକ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା ।ହେଲେ ସୋଶାଲ ମିଡିଆରେ ଏନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା, ଯାହା ଆଜି ମଧ୍ୟ ଜାରି ରହିଛି । ସୁଶାନ୍ତଙ୍କ ଅ·ନକ ମୃତ୍ୟୁକୁ ତାଙ୍କ ପରିବାର, ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରିଲେ ନାହିଁ । ·ଲିଲା ଏକାଧିକ ଅଭିଯାନ । ପରେ ସୁଶାନ୍ତଙ୍କ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ସିବିଆଇକୁ ତଦନ୍ତର ଭାର ଦିଆଗଲା ।

Leave A Reply

Your email address will not be published.