ରାହୁଳ କେବଳ ରାଜନୀତି କରିବାକୁ ହାଥରସ୍ ଯାଇଛନ୍ତି : ସ୍ମୃତି

0 69

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ବୃଦ୍ଧି ପାଇଛି । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦ୍ୱିତୀୟ ଥର ପାଇଁ ପୀଡ଼ିତାଙ୍କ ପରିବାରକୁ ଦେଖା କରିବାକୁ ଚେଷ୍ଟା କରିଛନ୍ତି । ହେଲେ ହାଥରସରେ ଧାରା ୧୪୪ ଲାଗୁ ହୋଇଥିବାରୁ କୌଣସି ରାଜନେତା କିମ୍ବା ମିଡିଆକୁ ସେଠାକୁ ଛଡ଼ାଯାଉ ନାହିଁ । ଏନେଇ ·ରିଆଡ଼େ ୟୁପି ସରକାର ଓ ପ୍ରଶାସନକୁ କଡ଼ା ସମାଲୋଚନା କରାଯାଉଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏନେଇ ମୁହଁ ଖୋଲିଛନ୍ତି । ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି । ଏପଟେ ସ୍ମୃତି ଇରାନୀ ମଧ୍ୟ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ ବରଂ ରାଜନୀତି କରିବାକୁ ହାଥରସ ଯାଇଛନ୍ତି । ଲୋକେ କଂଗ୍ରେସର ରଣନୀତି ସହ ପୂର୍ବରୁ ପରିଚିତ । ଏଥିପାଇଁ ସେ ୨୦୧୯ରେ ବିଜେପିକୁ ବାଛିଥିଲେ । ଲୋକେ ବୁଝୁଛନ୍ତି ଯେ, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ନୁହେଁ ବରଂ କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ ରାହୁଲ ହାଥରସ ଗସ୍ତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି । ଗତ ତିନି ମଧ୍ୟରେ ଆଜି ଦ୍ୱିତୀୟ ଥର ରାହୁଲ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଚେଷ୍ଟା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ନୋଏଡା ନିର୍ଦ୍ଦେଶକ ଫ୍ଲାଏ-ଓଭର ଉପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି ।

Leave A Reply

Your email address will not be published.