ଦେବାକୁ ପଡିବନି ଋଣର ସୁଧ ଉପରେ ଲାଗୁ ହେଉଥିବା ସୁଧ

0 68

ନୂଆଦିଲ୍ଲୀ, : ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ବ୍ୟକ୍ତିଗତ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ରସରକାର ଏକ ଘୋଷଣା କରିଛନ୍ତି । ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ମୋରେଟୋରିୟମ ଅବଧି (ମାର୍ଚ୍ଚରୁ ଅଗଷ୍ଟ) ମଧ୍ୟରେ ସୁଧ ଉପରେ ଲାଗୁ ହେଉଥିବା ସୁଧ ଛାଡ କରାଯିବ । ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଏହି ଛାଡ ଉପଲବ୍ଧ ରହିବ । ଏମଏସଏମଇ ଏବଂ ଶିକ୍ଷାଗତ, ଗୃହ, ଅଟୋ, କ୍ରେଡିଟ କାର୍ଡ ଦେୟ, ବୃତ୍ତିଗତ ଏବଂ ବ୍ୟବହୃତ ଋଣ ପାଇଁ ସୁଧ ଛାଡ ହେବ । ଗତ ସପ୍ତାହରେ ସୁପ୍ରିମକୋର୍ଟ ଋଣର ମୋରେଟୋରିୟମ ଅବଧି ମଧ୍ୟରେ ସୁଧରେ ଦୁଇଟି ପିଏଲର ଶୁଣାଣି ଅକ୍ଟୋବର ୫ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଗତ ଶୁଣାଣି ସମୟରେ ବରିଷ୍ଠ ଆଡଭୋକେଟ୍ ରାଜୀବ ଦତ୍ତ କହିଥିଲେ ଯେ କେନ୍ଦ୍ର ସରକାର ଏ ବାବଦରେ କୌଣସି ଦୃଢ ନିଷ୍ପତ୍ତି ନେଇପାରିନାହାଁନ୍ତି । ତେଣୁ ବିଭିତ୍ତ କ୍ଷେତ୍ର ପାଇଁ କିଛି ଯୋଜନା ଉପସ୍ଥାପନ କରିବାକୁ କେନ୍ଦ୍ରକୁ ସୁପାରିଶ ହୋଇଥିଲା । ଏହାପୂର୍ବରୁ ଆରବିଆଇ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଋଣ କିସ୍ତି ପ୍ରଦାନରେ ସହାୟତା ଯୋଗାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ବାଧ୍ୟତାମୂଳକ ଭାବେ ସୁଧ ଛାଡ କରିବା ଏକ ସଠିକ୍ ନିଷ୍ପତ୍ତି ନୁହେଁ । ଏହାଦ୍ୱାରା ବ୍ୟାଙ୍କଗୁଡ଼ିକର ଆର୍ଥିକ ଅବସ୍ଥାକୁ ଖରାପ ହୋଇପାରେ । ବ୍ୟାଙ୍କର ଜମାକାରୀମାନଙ୍କୁ ମଧ୍ୟ ଏହାର ପ୍ରଭାବ ଭୋଗ କରିବାକୁ ପଡିପାରେ । କିସ୍ତି ପରିଶୋଧ ଉପରେ ମୋରେଟୋରିୟମ ଅବଧିରେ ସୁଧ ଆଦାୟକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ନେଇ ରିଜର୍ଭ ବ୍ୟାଙ୍କ କହିଛି ଯେ ଏହାର ନିୟାମକ ପ୍ୟାକେଜ୍ ରହିଛି । ଏହାକୁ ଛାଡ କରିବା କିମ୍ବା ଏଥିରୁ ମୁକ୍ତ କରିବା ଆଦୌ ଉଚିତ ନୁହେଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୂର୍ବରୁ କହିଥିଲେ ଯେ ବ୍ୟାଙ୍କିଙ୍ଗ କ୍ଷେତ୍ର ଆମର ଅର୍ଥନୀତିର ମେରୁଦଣ୍ଡ । ଆମେ କୌଣସି ନିଷ୍ପତ୍ତି ନେଇ ପାରିବୁ ନାହିଁ ଯାହା ଅର୍ଥନୀତିକୁ ଦୁର୍ବଳ କରିବ । ଆମେ ସୁଧ ଛାଡ ନକରିବାକୁ ନିଷ୍ପତ୍ତି ନେଇଛୁ କିନ୍ତୁ ଦେୟର ·ପ ହ୍ରାସ କରାଯିବ ।

Leave A Reply

Your email address will not be published.