‘ଯଦି ନାର୍କୋ ଟେଷ୍ଟ କରିବାର ଅଛି ତେବେ ଡିଏମ୍ ଓ ଏସପିଙ୍କର କରାଯାଉ’

0 82

ଲକ୍ଷେ୍ନø : ହାଥ୍ରସ ଘଟଣାର ପୀଡିତାଙ୍କ ପରିବାର କହିଛନ୍ତି ଯେ ସେମାନେ ନାର୍କୋ ପରୀକ୍ଷା ଦେବେ ନାହିଁ । ପୀଡିତାଙ୍କ ବୋହୂ ଏବଂ ମା କହିଛନ୍ତି ଯେ ଯଦି ସେମାନେ କୌଣସି ଭୁଲ ବିବୃତ୍ତି ଦେଇ ନାହାଁନ୍ତି ତେବେ ସେମାନଙ୍କୁ ନାର୍କୋ ପରୀକ୍ଷା କାହିଁକି କରିବାକୁ ପଡିବ? ସୂଚନାଯୋଗ୍ୟ ଯେ ଶନିବାର ଦିନ ପୀଡିତାଙ୍କ ପରିବାରକୁ ଭେଟିବାକୁ ଗଣମାଧ୍ୟମକୁ ଅନୁମତି ଦେଇଛି । ଗଣମାଧ୍ୟମ ଦେଖି ପୀଡ଼ିତ ପରିବାରର ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଇଥିଲା । ପୀଡିତାଙ୍କ ଭାଉଜ କହିଛନ୍ତି ଯେ ପ୍ରଶାସନ ଆମକୁ ବାହାରକୁ ଯିବାକୁ ଅଟକାଇଥିଲା ଯଦ୍ୱାରା ଆମେ କାହା ସହ କଥା କୌଣସି ଆଲୋଚନା କରିପାରିବୁ ନାହିଁ । ଯେତେବେଳେ ପୀଡିତାଙ୍କ ଭାଉଜଙ୍କୁ ନାର୍କୋ ପରୀକ୍ଷା ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ନାର୍କୋ ପରୀକ୍ଷା କ’ଣ ତାହା ଜଣା ନାହିଁ । ଯେତେବେଳେ ତାଙ୍କୁ ନାର୍କୋ ପରୀକ୍ଷା ବିଷୟରେ କୁହାଯାଇଥିଲା, ସେ କହିଥିଲେ ଯେ ଆମ କାହିଁକି ଏହି ପରୀକ୍ଷା ଦେବୁ? ଆମେ ସତ କହୁଛୁ, ସତ କହିବୁ । ଆମେ ମିଛ କହିବୁ ନାହିଁ । ଯଦି ନାର୍କୋ ଟେଷ୍ଟ କରିବାର ଅଛି ତେବେ ଡିଏମ୍ ଓ ଏସପିଙ୍କର କରାଯାଉ । କାରଣ ଏମାନେ ମିଥ୍ୟା କହୁଛନ୍ତି ।

Leave A Reply

Your email address will not be published.