ବିହାର ବିଧାନସଭା ନିର୍ବାଚନରେ ଆର୍ଜେଡି ୧୪୪ ଓ କଂଗ୍ରେସ ୭୦ଆସନରେ ଲଢ଼ିବ

0 53

ପାଟନା ୪ ।୧୦: ବିହାର ବିଧାନସଭା ର୍ନିବାଚନ ପାଇଁ ଗ୍ରାଣ୍ଡ ଆଲାଇନ୍ସରେ ଆସନ ବୁଝାମଣା ହୋଇଯାଇଛି । ଏହି ବୁଝାମଣା ଭିତ୍ତିରେ ଆରଜେଡି ୧୪୪, କଂଗ୍ରେସ ୭୦ ଏବଂ ବାମ ୨୯ଟି ଆସନରେ ପ୍ରତିଦ୍ୱ­ିତା କରିବ । ଏହାର ଆନୁଷ୍ଠାନିକ ଘୋଷଣା କରାଯାଇଛି । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ନେତାମାନେ ଏହା ଘୋଷଣା କରିଛନ୍ତି । ଏଥିରେ ଗ୍ରାଣ୍ଡ ଆଲାଇନ୍ସର ସମସ୍ତ ଦଳର ପ୍ରତିନିଧୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ସିଟ୍ ବଣ୍ଟନକୁ ନେଇ ଗ୍ରାଣ୍ଡ ଆଲାଇନ୍ସରେ ତୀବ୍ର ମତଭେଦ ଦେଖାଦେଇଥିଲା । ଅଧିକ ଆସନ ଦାବିରେ କଂଗ୍ରେସ ଜିଦ୍ ଧରିଥିବାବେଳେ ଆରଜେଡି ଏତେ ସିଟ୍ ଦେବାକୁ ପ୍ରସ୍ତୁତ ନଥିଲା । ତେବେ ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୨୦୧୫ ବିଧାନସଭା ନିର୍ବାଚନରେ ଆର୍ଜେଡି ୧୦୧, ଜେଡିୟୁ ୧୦୧ ଏବଂ କଂଗ୍ରେସ ୪୧ ଟି ଆସନରେ ପ୍ରତିଦ୍ୱ­ିତା କରିଥିଲେ । ଜେଡିୟୁ ସେତେବେଳେ ଏହି ମେଣ୍ଟର ଅଂଶ ଥିଲା । କିନ୍ତୁ ଏବେ ଜେଡିୟୁ ପୁରୁଣା ସହଯୋଗୀ ବିଜେପି ସହିତ ଅଛି ଏବଂ ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ।

Leave A Reply

Your email address will not be published.