ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଲା

0 67

ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଛି। ଆଜି ସକାଳ ୮ଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ଆଜି ଛୁଟି ଦିନ ଥିବାରୁ ପର୍ଯ୍ୟଟକ ଭିଡ ଜମାଇ ଥିବା ଦେଖିବାକୁ ମିଳିଛି । ସେପଟେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କତ୍ତୃପକ୍ଷ। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହ୍ୟାଣ୍ଡ ସାନିଟାଇଜର ମେସିନ୍ ଏବଂ ୨ଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ୍ ରଖାଯାଇଛି ।

Leave A Reply

Your email address will not be published.