ହାଥରସ୍ ଘଟଣାରେ ରାଜନୀତି ଜୋର୍ ଧରୁଛି

0 65

ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିଲମ୍ବିତ କରିବାକୁ ପୀଡ଼ିତାଙ୍କ ଭାଇଙ୍କ ଦାବି

ଲକ୍ଷେ୍ନø, ୪ ।୧୦: ହାଥରସ ପୀଡ଼ିତା ପରିବାରକୁ ଭେଟିବାକୁ ଅନୁମତି ମଳିବା ପରେ ରାଜନୀତି ଜୋର୍ ଧରିଛି । ବିଭିନ୍ନ ଦଳର ନେତା, ଆଇନିଜୀବୀ ଓ ଅନ୍ୟମାନେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ନ୍ୟାୟ ଦାବି କରୁଛନ୍ତି । ଏମିତି ସ୍ଥିତିରେ ହାଥରସ ପୀଡ଼ିତାଙ୍କ ଭାଇ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବି·ରପତିଙ୍କ ଦ୍ୱାରା ଘଟଣାର ତଦନ୍ତ ହେଉ ବୋଲି ପୀଡ଼ିତାଙ୍କ ଭାଇ ଦାବି କରିବା ସହିତ ହାଥରସ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିଲମ୍ବିତ କରାଯାଉ ବୋଲି ସେ କହିଛନ୍ତି । ଏପଟେ ଭୀମ ଆର୍ମୀର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ ଆଜି ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିବାର ଥିଲା । ତେବେ ଯାଉଥିବା ରାସ୍ତାରେ ପୀଡ଼ିତାଙ୍କ ଘରଠାରୁ ୨୦ କିମି ଦୂରରୁ ହିଁ ଭୀମ ଆର୍ମୀକୁ ଅଟକାଇଥିଲା ପୋଲିସ । ସେଠାରେ ଭୀମ ଆର୍ମୀ ଓ ପୋଲିସ ମଧ୍ୟରେ ତର୍କବିତର୍କ ହେବା ପରେ ଶେଷରେ ପରିବାରକୁ ଭେଟିବା ପାଇଁ ଅନୁମତି ଦେଇଛି ପ୍ରଶାସନ । ଅନ୍ୟପଟେ ସମାଜବାଦୀ ପାର୍ଟିର ପ୍ରତିନିଧି ଦଳ ହାଥରସ ପୀଡ଼ିତାଙ୍କ ଘରକୁ ଯାଇଥିଲେ । ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବଙ୍କ ସହିତ କେତେ ବିଧାୟକ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ । ଦଳର କର୍ମୀମାନେ ମଧ୍ୟ ନ୍ୟାୟ ଦାବି କରି ପୀଡ଼ିତାଙ୍କ ଗାଁରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଲାଠି ·ର୍ଜ କରିଥିଲା । ତେବେ ଏହା ପୂର୍ବରୁ ଏସ୍ଆଇଟି ଟିମ୍ ମଧ୍ୟ ପହଞ୍ଚି ପୀଡ଼ିତାଙ୍କ ବାପାଙ୍କ ସହିତ ପରିବାରର ବୟାନ ରେକର୍ଡ କରିଥିଲେ । ଯଦି ଆଗକୁ ଆଉ କିଛି ବୟାନ ଦରକାର ପଡ଼େ ତେବେ ଟିମ୍ ପୁଣିଥରେ ଆସିବ ବୋଲି ଏସ୍ଆଇଟି ସୂଚନା ଦେଇଛି । ସେପଟେ ର୍ନିଭୟା ଓକିଲ ସୀମା ସମୃଦ୍ଧି ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସ ବାହାରିଛନ୍ତି । ସୀମା ଏହି ଘଟଣାର ଆଇନଗତ ଲଢ଼େଇ ଲଢ଼ନ୍ତୁ ବୋଲି ପରିବାର ·ହୁଁଥିବାରୁ ସୀମା ହାଥରସ ଅଭିମୁଖେ ବାହାରିଛନ୍ତି । ତେବେ ଘଟଣାର ନ୍ୟାୟପୂର୍ଣ୍ଣ ବି·ର ପାଇଁ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ସୀମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଖବର ଅନୁସାରେ, ସୀମାଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ । ବାମ ଦଳ ମହିଳା ମୋର୍ଚ୍ଚା ଓ ଅଖିଳଭାରତୀ ଲୋକତନ୍ତ୍ର ମହିଳା ସଂଘ(ଏଆଇଡିଡବ୍ଲୁଏ) ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସର ସେହି ଗାଁରେ ପହଞ୍ଚିଛି । ଏଆଇଡିଡବ୍ଲୁଏର କେବଳ ୫ ଜଣଙ୍କୁ ପରିବାରକୁ ଭେଟିବାକୁ ଅନୁମତି ମିଳିବ ବୋଲି ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.