୧୨ରେ ଭାରତ-ଚାଇନା ଆଲୋଚନା

0 54

ନୂଆଦିଲ୍ଲୀ, ୪ ।୧୦: ସୀମାରେ ·ଲିଥିବା ବିବାଦର ସମାଧାନ ପାଇଁ ପୁଣିଥରେ ଭାରତ ଓ ·ଇନା ମଧ୍ୟରେ ଆଲୋଚନା ହେବ । ଆସନ୍ତା ୧୨ ତାରିଖରେ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିବ । ଏଥିସରେ ଏଲଏସିରେ ·ଲିଥିବା ବିବାଦର ସମାଧାନ ପାଇଁ ବିସ୍ତୃତ ଭାବେ ଆଲୋଚନା ହେବ । ଏହି ଉଚ୍ଚସ୍ତରୀୟ ବୈଠକ ପୂର୍ବ ଲଦାଖ ସେକ୍ଟରରେ ଅନୁଷ୍ଠିତ ହେବ । ପୂର୍ବରୁ ସୀମାରେ ·ଲିଥିବା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ୬ଥର କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି । କିନ୍ତୁ ଏଯାଏ କୌଣସି ପ୍ରକାରର ସମାଧାନ ବାହାରି ପାରନାହିଁ । ଲଦାଖ ବିବାଦକୁ ନେଇ ଶେଷଥର ପାଇଁ ସେପ୍ଟେମ୍ବର ୨୧ରେ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିଥିଲାୟ ଦୀର୍ଘ ୧୩ ଘଣ୍ଟା ଧରି ଉଭୟ ଦେଶ ଆଲୋଚନା କରିଥିଲେ ହେଁ କୌଣସି ଫଳ ବାହାରି ପାରି ନଥିଲା ।

Leave A Reply

Your email address will not be published.