କୃଷି ବିଲକୁ ନେଇ ବର୍ଷିଲେ ରାହୁଳ

0 75

କଂଗ୍ରେସ କ୍ଷମତାକୁ ଆସିଲେ କୃଷିବିଲ୍କୁ ଡଷ୍ଟବିନ୍ରେ ଫିଙ୍ଗିଦିଆଯିବ

ନୂଆଦିଲ୍ଲୀ, ୪ ।୧୦: ତିନି ନୂଆ କୃଷି ଆଇନ୍ ବିରୋଧରେ ପୁଣି ମୁହଁ ଖୋଲିଲେ ରାହୁଲ । ପଞ୍ଜାବର ମୋଗାରେ କ୍ଷେତି ବଞ୍ଚାଅ ରାଲିରେ ଯୋଗ ଦେଇ ରାହୁଲ କହିଛନ୍ତି, ଯଦି ସରକାରଙ୍କୁ ଏହି ବିଲ୍ ପାସ୍ କରିବାର ଥିଲା ତେବେ ପୂର୍ବରୁ ଏନେଇ ରାଜ୍ୟସଭା ଓ ଲୋକସଭାରେ ଚର୍ଚ୍ଚା କରିବାର ଥିଲା । କୃଷକ ମାନଙ୍କ ଉଦେଶ୍ୟରେ ରାହୁଲ ଗାନ୍ଧି କହିଛନ୍ତି, ଯେଉଁ ଦିନ କଂଗ୍ରେସ ସରକାରକୁ ଆସିବ ସେହିଦିନ ଏହି ତିନୋଟି ଯାକ କଳା କାନୁନକୁ ଡଷ୍ଟବିନ୍ରେ ଫିଙ୍ଗିଦିଆଯିବ । କଂଗ୍ରେସ ପଞ୍ଚାବର ·ଷୀଙ୍କୁ ଭରସା ଦେଉଛି ଯେ, ସାରା ଦେଶର ·ଷୀଙ୍କ ସହ ରହିଛି କଂଗ୍ରେସ ।ନିଜ ପ୍ରତିଶ୍ରୁତିରୁ ଇଞ୍ଚେ ବି ପଚକୁ ହଟିବ ନାହିଁ ଦଳ ।ରାହୁଲ ଆହୁରି କହିଛନ୍ତି ଯେ, ନରେନ୍ଦ୍ର ମୋଦି ସରକାର ଏମ୍ଏସ୍ପିକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ·ହୁଁଛନ୍ତି । ସେ ·ଷର ବଜାରକୁ ସମ୍ପୂର୍ଣ୍ଣ ଭାବେ ଆଦାନୀ ଓ ଆମ୍ବାନୀ ହାତରେ ଟେକି ଦେବାକୁ ·ହୁଁଛନ୍ତି । କିନ୍ତୁ କଂଗ୍ରେସ ଏହା କେବେ ବି ହେବାକୁ ଦେବନାହିଁ । ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଯଦି ଏହି ନୂଆ ନିୟମରେ ·ଷୀମାନେ ଖୁସି ଅଛନ୍ତି, ତେବେ ସାରା ଦେଶରେ ·ଷୀ କାହିଁକି ରାଜରାସ୍ତାକୁ ଓହ୍ଲାଇଛନ୍ତି ? କାହିଁକି ·ଷୀମାନେ ଆନ୍ଦୋଳନ କରୁଛନ୍ତି ? ପଞ୍ଚାବରେ କାହିଁକି ·ଷୀ ଆଜି ପ୍ରଦର୍ଶନ କରୁଛନ୍ତି ? କରୋନା ସମୟରେ ଏଭଳି ଆଇନ୍ ଆଣିବା କ’ଣ ଜରୁରୀ ଥିଲା? କାହିଁ ସରକାର ଏହି ଆଇନ୍ ଆଣିବା ପାଇଁ ଏତେ ବ୍ୟଗ୍ର ଥିଲେ ? ରାହୁଲ କହିଛନ୍ତି ଯେ, ·ଷୀଙ୍କ ଉତ୍ପାଦିତ ସାମଗ୍ରୀ କିଣା ବିକା ପାଇଁ ଥିବା ବ୍ୟବସ୍ଥାରେ ଅନେକ ସମସ୍ୟା ରହିଛି ସତ । ହେଲେ ଏହାକୁ ସମାଧାନ କରିବା ପରିବର୍ତ୍ତେ ସରକାର ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାକୁ ·ହୁଛନ୍ତି । ଏହି କିଣା ବିକା ବ୍ୟବସ୍ଥା ଯଦି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ତେବେ ·ଷୀଙ୍କ ପାଖରେ ଆଉ କିଛି ରହିବ ନାହିଁ । ·ଷୀ ସର୍ବସ୍୍ୱାନ୍ତ ହୋଇଯିବେ । ·ଷୀଙ୍କ ପରାଧିନ ହୋଇଯିବେ । ·ଷୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିବ ୟ ·ଷୀମାନଙ୍କୁ ସିଧାସଳଖ ଆମ୍ବାନୀ ଓ ଆଦାନୀଙ୍କ ସହ କଥା ହେବାକୁ ପଡ଼ିବ । ଯେଉଁଥରେ ନୀରିହ ·ଷୀ ବଳି ପଡ଼ିବ । ରାହୁଲ ଗାନ୍ଧି ପୁଣି ଏହି ସଭାରେ କହିଛନ୍ତି ଯେ, ଦେଶରେ ନାଁକୁ ମାତ୍ର ନରେନ୍ଦ୍ର ମୋଦି ସରକାର ·ଲିଛି, ବାସ୍ତବରେ ଏହା ଆମ୍ବାନୀ ଓ ଆଦାନୀଙ୍କ ସରକାର ·ଲିଛି । ନରେନ୍ଦ୍ର ମୋଦିଙ୍କୁ ଆମ୍ବାନୀ ଓ ଆଦାନୀ ଚଲାଉଛନ୍ତି ।

Leave A Reply

Your email address will not be published.