ଚୀନ୍ ଉପରେ ଏୟାରଷ୍ଟ୍ରାଇକ ପାଇଁ ଭାରତ ପ୍ରସ୍ତୁତ: ବାୟୁସେନା ମୁଖ୍ୟ

0 71

ନୂଆଦିଲ୍ଲୀ: ଚୀନ୍ ସହ ଦ୍ୱିମୁଖୀ ସମ୍ମୁଖ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ । ଯଦିଓ ଆକାଶମାର୍ଗରେ ଆକ୍ରମଣର ସେଭଳି ସମୟ ଆସିନାହିଁ, ତଥାପି ଆମ ସେନା ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର.କେ. ଭଦୌରିଆୟ ଶ୍ରୀନଗର ଏୟାରବେସ୍ରେ ଗତକାଲି ବାଲାକୋଟ୍ ଏୟାରଷ୍ଟ୍ରାଇକର ପ୍ରଥମ ବାର୍ଷିକୀ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଭଦୌରିଆ ଏଭଳି ବୟାନ ଦେଇଛନ୍ତି । ଭାରତ-ଚୀନ୍ ସୀମା ବିବାଦକୁ ନେଇ ଲାଗି ରହିଥିବା ଉତ୍ତେଜନା ସମୟରେ ଭଦୌରିଆଙ୍କ ଏଭଳି ବୟାନ ବେଶ୍ ମହତ୍ତ୍ୱପୂର୍ଣ୍ଣ ମନେ ହେଉଛି । ଅନ୍ୟପକ୍ଷେ ବାୟୁସେନା ମୁଖ୍ୟ କହିଛନ୍ତି-ପୂର୍ବ ଲଦାଖରେ ଚୀନ୍ ପଟୁ କୌଣସି ପ୍ରକାର ବିପଦର ସାମ୍ନା କରିବାକୁ ଆମେ ପ୍ରସ୍ତୁତ । ତାସହ ରାଫେଲ୍ ଜେଟ୍ ମଧ୍ୟ ଅପେରସନ୍ ପାଇଁ ପୁରା ପ୍ରସ୍ତୁତ ବୋଲି କହିଥିଲେ ଭଦୌରିଆ । ତେବେ ଚୀନ୍ ସୀମାରେ ଗତ ୭ରୁ ୮ ମାସ ଧରି ସୃଷ୍ଟି ହୋଇଥିବା ଉତ୍ତେଜନାତ୍ମକ ସ୍ଥିତି ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ସେ ଆଶା ରଖିଥିବା କହିଛନ୍ତି । ତଥାପି ଚୀନ୍ ସୀମାରେ ଉତ୍ତେଜନା ହ୍ରାସ ଲାଗି ଭାରତର ଉଦ୍ୟମ ଜାରି ରହିଛି । ତେବେ ଆସନ୍ତା ନଭେମ୍ବର ୧୭ରେ ଅନୁଷ୍ଠିତ ହେବାକୁ ଯାଉଥିବା ବ୍ରିକ୍ସ ରାଷ୍ଟ୍ର ସମ୍ମିଳନୀ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ । କାରଣ ଏହି ଭର୍ଚୁଆଲ୍ ସମ୍ମିଳନୀ ଅବସରରେ ଏକାଠି ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ । ତା ପୂର୍ବରୁ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ଦୁଇ ଦେଶର ସାମରିକ ଅଧିକାରୀସ୍ତରୀୟ ବୈଠକ ମଧ୍ୟ ବସିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.