ଦେଶରେ କରୋନା ସଂକ୍ରମଣ ତଳମୁହାଁ

0 74

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଦିନକରେ ୬୧,୨୬୭ ଆକ୍ରାନ୍ତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୩କୁ ବୃଦ୍ଧିକୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୮୮୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩ ହଜାର ୫୬୯କୁ ବୃଦ୍ଧି ପାଇଛି । ଏବେ ଆକ୍ଟିଭ କେସ୍- ୯,୧୯,୦୨୩ ରହିଛି । ୫୬,୬୨,୪୯୦ ଜଣ ସୁସ୍ଥ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପ୍ଟେମ୍ବର ୧୭ରୁ ୩୦, ୧୪ ଦିନର କରୋନା ଡାଟାକୁ ବିଶ୍ଳେଷଣ କଲେ ଦେଶରେ ସଂକ୍ରମଣହାର ତଳମୁହାଁ ହୋଇଥିବା ସୂଚନା ମିଳୁଛି । ଦେଖିବାକୁ ଗଲେ ନୂଆ ସଂକ୍ରମଣ ସଂଖ୍ୟା ହାରାହାରି ୯୩ ହଜାରରୁ ୮୩ ହଜାରକୁ ଖସି ଆସିଛି । ୭ରୁ ୧୩ ସପ୍ତାହରେ ୬ ଲକ୍ଷ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ ଚଳିତ ସପ୍ତାହରେ ସଂଖ୍ୟା ୫ ଲକ୍ଷ ୫୦ ହଜାର ୫୪୫କୁ ଖସିଆସିଛି । ସଂକ୍ରମଣ ହାର ୧୫ ପ୍ରତିଶତ କମିଛି । ସେହିପରି ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟା ପୂର୍ବ ସପ୍ତାହ ଅପେକ୍ଷା ୫୧୧ କମ୍ ରହିଛି । ଏହି ସମୟରେ ଟେଷ୍ଟିଂ ସଂଖ୍ୟା ୧ଲକ୍ଷ ୧୫ ହଜାରରୁ ୧ଲକ୍ଷ ୨୪ ହଜାରକୁ ବୃଦ୍ଧି ପାଇଛିୟ ବୃଦ୍ଧି ସତ୍ତେ୍ୱ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ହେଉଥିବାରୁ ସଂକ୍ରମଣ ହାର ତଳମୁହାଁ ହୋଇଥିବା ଜଣାପଡୁଛିୟ

Leave A Reply

Your email address will not be published.