ହାଥରସରେ ହିଂସାକାଣ୍ଡ ଷଡ଼ଯନ୍ତ୍ର, ୪ ପିଏଫଆଇ ସଦସ୍ୟ ଗିରଫ

0 65

ଲକ୍ଷେ୍ନø: ହାଥରସ୍ ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ବ୍ୟଥିତ କରିଛି । ଘଟଣାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବି ସର୍ବୋପରି ରହିଛି । ଅପରପକ୍ଷେ କେତେକଙ୍କ ନିହିତ ସ୍ୱାର୍ଥରେ ମାମଲାର ସଠିକ୍ ତଦନ୍ତ କରିବାକୁ ଦିଆଯାଉ ନ ଥିବା ୟୁପି ସରକାର କହିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ତଥା ହିଂସାକାଣ୍ଡ ଭିଆଇବାକୁ ଚେଷ୍ଟା ଜାରି ଥିବା ତଥ୍ୟ ପାଇଛି ୟୁପି ପୁଲିସ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ହାଥରସ୍ ଯାଉଥିବା ୪ଜଣ ବ୍ୟକ୍ତିଙ୍କୁ ପୁଲିସ ମଥୁରାରୁ ଗିରଫ କରିଛି । ଏମାନେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା ପିଏଫଆଇ ସହ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି । ସେମାନେ ହାଥରସରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି । ଅନ୍ୟପଟେ ପୀଡ଼ିତାଙ୍କ ଗଣଦୁଷ୍କର୍ମ ମାମଲା ଏବଂ ହତ୍ୟା ଘଟଣାକୁ ନେଇ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ୟୁପି ସରକାର ସାରା ରାଜ୍ୟରେ ୧୯ଟି ଜାତିଗତ ହିଂସାକାଣ୍ଡ ସୃଷ୍ଟି କରିବାର ପ୍ରୟାସ ଏବଂ ଦେଶଦ୍ରୋହ ମାମଲା ରୁଜୁ କରିଛି । ତେବେ ପୁଲିସ ଆଇଟି ଆକ୍ଟ ଅନୁଯାୟୀ ମଧ୍ୟ ମାମଲା ରୁଜୁ କରିଛି । ଏନେଇ ୟୁପି ଡିଜିପି (ଆଇନଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ, ହାଥରସ୍ ମାମଲାରେ ଦିଲ୍ଲୀରୁ ହାଥରସ୍ ଯାତ୍ରା କରୁଥିବା ·ରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମୁଜାଫରନଗରର ଆତିକ୍-ଉର୍-ରେହମାନ୍, ମାଲାପୁରମର ସିଦ୍ଦିକୀ, ବହାରୈଚର ମାସୁଦ୍ ଅହମ୍ମଦ ଏବଂ ରାମପୁରର ଆଲମ । ଉକ୍ତ ·ରିଜଣ ବ୍ୟକ୍ତି ପିଏଫଆଇ ସହ ଲିଙ୍କରେ ଥିବା ଜଣାପଡ଼ିଛି । ୟୁପି ପୁଲିସ ଏମାନଙ୍କୁ ଗିରଫ କରି ସେମାନଙ୍କଠାରୁ ଫୋନ୍, ଲାପଟପ୍ ଏବଂ ହିଂସା ପାଇଁ ଉସକାଉଥିବା କେତେକ ବହି ଜବତ କରିଛି । ଗିରଫ ଯୁବକମାନଙ୍କୁ ପୁଲିସ ଜେରା କରୁଛି ।

Leave A Reply

Your email address will not be published.