ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ରିୟା ଓ ସୌଭିକ

0 77

ନୂଆଦିଲ୍ଲୀ: ବଲିଉଡ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆସନ୍ତା ୨୦ ତାରିଖ ଯାଏ ଜେଲରେ ରହିବେ । ରିୟାଙ୍କ ସହ ତାଙ୍କ ଭାଇ ସୌଭିକଙ୍କ ଜେଲ୍ ରହଣୀର ଅବଧିକୁ କୋର୍ଟ ୨୦ ତାରିଖ ଯାଏ ବୃଦ୍ଧି କରିଛନ୍ତି । ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଆଜି ମାମଲାର ଶୁଣାଣି କରି ଉଭୟଙ୍କ ହାଜତ ମିଆଦ ଅବଧିକୁ ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ ଜାମିନ ପାଇଁ ରିୟା ଓ ସୌଭିକ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତାକାଲି ଏହାର ଶୁଣାଣି ହେବ । ଯଦି ଉଭୟଙ୍କୁ ଜାମିନ ମିଳିଯାଏ ତା’ହେଲେ ସେମାନେ ଜେଲରୁ ମୁକୁଳି ପାରିବେ । ନଚେତ୍ ୨୦ ତାରିଖ ଯାଏ ସେମାନଙ୍କୁ ଜେଲରେ ରହିବାକୁ ପଡ଼ିବ । ପୂର୍ବରୁ ମଧ୍ୟ ଏନଡିପିଏସ୍ କୋର୍ଟ ରିୟା ଓ ସୌଭିକଙ୍କ ହାଜତ ମିଆଦ ଅବଧିକୁ ବୃଦ୍ଧି କରିଥିଲେ । ଗତଥର ଏହି ଅବଧି ବୃଦ୍ଧି କରାଯିବା ପରେ ଏନସିବି ଜେଲ୍କୁ ଯାଇ ଡ୍ରଗ୍ସ କାରବାର ସମ୍ପର୍କରେ ସୌଭିକଙ୍କ ବୟାନ ରେକର୍ଡ କରିଥିଲା । ଡ୍ରଗ୍ସ ଲିଙ୍କରେ ଏନସିବି ରିୟାଙ୍କୁ ଲଗାତର ୩ ଦିନ ଧରି ଜେରା କରିବା ପରେ ସେପ୍ଟେମ୍ବର ୯ ସନ୍ଧ୍ୟାରେ ଗିରଫ କରିଥିଲାୟ ସେବେଠାରୁ ସେ ଜେଲରେ ରହିଛନ୍ତି ।

Leave A Reply

Your email address will not be published.