୨୦ଲକ୍ଷ ଡ୍ରଗ୍ ଆଡିକ୍ଟ ଏନସିବି ରାଡରରେ

0 68

ନୂଆଦିଲ୍ଲୀ:ଦେଶରେ ନିଶା କାରବାରରେ ଲଗାମ ଟାଣିବା ପାଇଁ ନାର୍କୋଟିକ୍ ବ୍ୟୁରୋ ଉଦ୍ୟମ ଚଳାଇଛି । ଦେଶର ପ୍ରାୟ ୨୦ ଲକ୍ଷ ଡ୍ରଗ୍ ଆଡିକ୍ଟ ଏନସିବି ରାଡରରେ ଅଛନ୍ତି । ୧୪୨ ଡ୍ରଗ୍ସ ସିଣ୍ଡିକେଟର ଯାଞ୍ଚ ·ଲିଛି । ଏହି ସିଣ୍ଡିକେଟ ମାଧ୍ୟମରେ ୧.୪୦ ଲକ୍ଷ କୋଟିର କାରବାର ହୋଇଥିବା ଏନସିବି ହାତରେ ଲାଗିଛି । କାଲି ବଲିଉଡ ନୁହେଁ, ସାରା ଦେଶରେ ଏନସିବି ତାର ତଦନ୍ତର ଜାଲ ବିଛାଇଛି । ଏହି ସିଣ୍ଡିକେଟର ଲିଙ୍କ ୟୁରୋପ, କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସାଉଥ ଆମେରିକା ତଥା ପଶ୍ଚିମ ଏସିଆରେ ରହିଛି । ଏମାନଙ୍କ ମଧ୍ୟ ୨୫ ସିଣ୍ଡିକେଟ କେବଳ ହରିଆଣା, ହିମାଚଳ ପ୍ରଦେଶ, ପଞ୍ଜାବରେ ଆକ୍ଟିଭ ଅଛନ୍ତି । ୯ ସିଣ୍ଡିକେଟ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୋଆରେ ଆକ୍ଟିଭ ଅଛନ୍ତି । ଏମାନଙ୍କର ସମ୍ପର୍କ ଆଫଗାନସ୍ଥାନରେ ତାଲିବାନ ଏବଂ ପାକିସ୍ତାନରେ ଆଇଏସ୍ଆଇ ସହ ରହିଛି । କିଛି ସିଣ୍ଡିକେଟ କଲମ୍ବିଆ ଡ୍ରଗ୍ସ ବେପାରୀଙ୍କ ସହ ମିଶି ୟୁରୋପ, କାନାଡ ଏବଂ ମେକ୍ସିକୋରେ ରହୁଥିବା ତାଙ୍କର ସହଯୋଗୀଙ୍କ ସହ ମିଶି କାମ କରୁଛନ୍ତି । ସେହିପରି କେରଳ, ତାମିଲନାଡୁ ଏବଂ ଲକ୍ଷାଦୀପରେ ୧୦ଟି ବଡ ବଡ ସିଣ୍ଡିକେଟ ଅଛି । ସୂଚନାଥାଉ କି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ଯାଞ୍ଚ କରୁଛି । ଏହି ମାମଲାରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କର ଭାଇ ସୌଭିକଙ୍କ ସହ ଅନେକ ଗିରଫ ହୋଇଛନ୍ତି । ତେବେ ରିୟାଙ୍କ ଜାମିନ ଆବେଦନକୁ ଆଜି ବମ୍ବେ ହାଇକୋର୍ଟ ମଞ୍ଜୁର କରିଛନ୍ତି ।

Leave A Reply

Your email address will not be published.