ସୋପିଆନରେ ଲୁଚି ରହିଥିବା ୨ ଆତଙ୍କୀ ନିପାତ

0 67

ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନ ସୁଗାନ ଅଞ୍ଚଳରେ ସେନାର ଅପରେସନ “ଅଲଆଉଟ’ରେ ନିପାତ ହୋଇଛନ୍ତି ୨ ଆତଙ୍କୀ । ସୁରକ୍ଷାବଳ ସହ ଗୁଳିବିନିମୟ ବେଳେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ଏବେ ବି ଅପରେସନ ·ଲିଥିବା ସୂଚନା ରହିଛ । ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଜୈନାପୋରା ଇଲାକାର ସୁଗାନ ଗ୍ରାମରେ ସୁରକ୍ଷାକର୍ମୀମାନେ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରିଥିଲେୟ କାଶ୍ମୀର ଜୋନ ପୋଲିସର ଟ୍ୱିଟର ଆକାଉଣ୍ଟ ତଥ୍ୟ ଅନୁସାରେ, ତଲାସୀ ଅଭିଯାନବେଳେ ଆତଙ୍କୀମାନେ ପ୍ରଥମେ ନିଜ ଆଡୁ ଗୁଳି ଚଳାଇିଥିଲେ । ଏହାର ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀମାନେ ·ରିପଟୁ ଘେରାଉ କରି ପାଲଟା ଆକ୍ରମଣ କରିଥିଲେ । ଫଳରେ ଦୁଇଜଣ ଆତଙ୍କୀ ନିପାତ ହୋଇଥିଲେ । ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ଏକ ପିସ୍ତଲ, ଗୋଟିଏ ଏକେ ବନ୍ଧୁକ ଜବତ କରିଛନ୍ତି । ତେବେ ନିହତ ଆତଙ୍କବାଦୀ କେଉଁ ସଂଗଠନର ତାହା ଜଣାପଡି ନାହିଁ । ଭ୍ୟାଲିରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଉଥିବା ନେଇ ଆଶଙ୍କା କରାଯାଉଛି । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୋଲିସ, ସେନା ଓ ସିଆରପିଏଫର ଟିମ୍ ଏହି ଅପରେସନରେ ସାମିଲ ହୋଇଛନ୍ତ । ସୂଚନାଥାଉ କି, ପୂର୍ବରୁ ମଙ୍ଗଳବାର ଜମ୍ମୁ କାଶ୍ମୀର ଗାନ୍ଦରବଲ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ ଭାଜପା ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ନେତାଙ୍କ ଅଙ୍ଗରକ୍ଷୀଙ୍କ ଦେହରେ ଗୁଳି ବାଜିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସର କହିବା ଅନୁଯାୟୀ, ପାଲଟା ଆକ୍ରମଣରେ ଜଣେ ଆତଙ୍କୀ ନିହତ ହୋଇଥିଲେ ।

Leave A Reply

Your email address will not be published.