କରୋନା ଯୋଗୁଁ ୧୫ କୋଟିରୁ ଊଦ୍ଧ୍ୱର୍ ଗରିବ ସୀମାରେଖା ତଳେ ରହିବେ : ବିଶ୍ୱବ୍ୟାଙ୍କ

0 65

ନୂଆଦିଲ୍ଲୀ, ୭ ।୧୦ : ମହାମାରୀ କରୋନା ଭାଇରସ୍ କାରଣରୁ ୨୦୨୧ ବେଳକୁ ୧୫ କୋଟି ଲୋକ ଗରିବୀରେ ଘାଣ୍ଟିଚକଟି ହେବେ ବୋଲି ବିଶ୍ୱବ୍ୟାଙ୍କ ଚେତାବନୀ ଜାରିଚରିଛି । ବିଶ୍ୱବ୍ୟାଙ୍କ କହିଛି କି ଦେଶରେ କରୋନା ଭାଇରସ୍କୁ ନେଇ ଭିନ୍ନ ପ୍ରକାର ଅର୍ଥବ୍ୟବସ୍ଥା ପାଇଁ ଆମ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଯେଉଁଥିରେ ପୁଞ୍ଜି, ଶ୍ରମ, କୁଶଳୀଙ୍କୁ ନୂଆ କ୍ଷେତ୍ର ତଥା ବ୍ୟବସାୟକୁ ଯିବା ପାଇଁ ଅନୁମତି ଦେବାକୁ ପଡ଼ିବ । ସଂଗଠନ ଆହୁରି କହିଛି କି କୋଭିଡ୍-୧୯ କାରଣରୁ ଚଳିତବର୍ଷ ୮.୮ କୋଟିରୁ ୧୧.୫ କୋଟି ଲୋକ ଅଧିକରୁ ଅଧିକ ଗରିବ ହେବାର ଆଶଙ୍କା ରହିଛି । ୨୦୨୧ ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇ ୧୫ କୋଟିରେ ପହଞ୍ôଚ ସାରିଥିବ । ଆର୍ଥିକ ଦୂରାବସ୍ଥା ଏଭଳି ସଂକଟର ମୂଳ କାରଣ ବୋଲି କୁହାଯାଉଛି । ବିଶ୍ୱବ୍ୟାଙ୍କ ତା’ର ଦ୍ୱିବାର୍ଷିକ ଗରିବ ତଥା ସମୃଦ୍ଧି ରିପୋର୍ଟରେ ଦର୍ଶାଇଛି ଯଦି ଏହି ମହାମାରୀ ଆସିନଥାନ୍ତା ତେବେ ୨୦୨୦ରେ ଗରିବ ଲୋକଙ୍କ ସଂଖ୍ୟା ହ୍ରାସ ପାଇ ୭.୯ ପ୍ରତିଶତ ପହଞ୍ôଚ ପାରିଥାନ୍ତା । ବିଶ୍ୱବ୍ୟାଙ୍କ ସମୂହର ଅଧ୍ୟକ୍ଷ ଡେଭିଡ୍ ମାଲପାସ୍ କହିଛନ୍ତି କି ମହାମାରୀ ଓ ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା ବିଶ୍ୱର ମୋଟ ଜନସଂଖ୍ୟାର ୧.୪%ରୁ ଅଧିକ ଲୋକ ଗରିବ ସୀମାରେଖା ତଳେ ରହିପାରନ୍ତି ।

Leave A Reply

Your email address will not be published.