ଅଭିବ୍ୟକ୍ତିର ସ୍ୱାଧୀନତା ସର୍ବାଧିକ ଦୁରୂପଯୋଗ କରାଯାଉଛି : ସୁପ୍ରିମକୋର୍ଟ

0 77

ନୂଆଦିଲ୍ଲୀ : ତବଲିଗି ଜମାତ ସହ ଜଡ଼ିତ ଏକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଛନ୍ତି କି ବର୍ତ୍ତମାନ ଅଭିବ୍ୟକ୍ତିର ସ୍ୱାଧୀନତା ସର୍ବାଧିକ ଦୂରୁପଯୋଗ କରାଯାଉଛି । ଏହି ଆବେଦନରେ ତବଲିଗି ଜମାତ ବିରୋଧରେ ଫେକ୍ ନ୍ୟୁଜ୍ ପ୍ରସାରିତ କରିବା ଓ ନିଜାମୁଦ୍ଦିନ ମରକଜ ଘଟଣାକୁ ସାଂପ୍ରଦାୟିକ ରୂପ ଦେବାର ଅଭିଯୋଗ କରି ଟଭି ଚାନେଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ଚିଫ୍ ଜଷ୍ଟିସ୍ ଏସ୍ଇ ବୋବଡେଙ୍କ ଅଧ୍ୟକ୍ଷତା ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାୟର ହଲଫନାମା ଉପରେ ବି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଓ କହିଛନ୍ତି କୌଣସି ଜୁନିୟର ଅଧିକାରୀଙ୍କ ଦ୍ୱାରା ଏହା ଫାଇଲ୍ କରାଯାଇଛି । ଏଥିରେ ଆବେଦନକାରୀ ଦର୍ଶାଇଥିବା ଭୁଲ୍ ରିପୋର୍ଟିଂର ଗୋଟିଏ ବି ମାମଲା ପ୍ରଧାନ କାରଣ ଭାବେ ଦର୍ଶାଯାଇନାହିଁ । ଚିଫ୍ ଜଷ୍ଟିସ୍ ବୋବଡେ ସଲିସିଟର ଜେନେରାଲଙ୍କୁ କହିଛନ୍ତି କି ଆପଣ ଏପରି ଭାବେ କୋର୍ଟକୁ ବ୍ୟବହାର କରିପାରିବେ ନାହିଁ । ଏହା ବହୁତ ଗୋଳମାଳିଆ ରହିଛି ଓ ଖରାପ ରିପୋର୍ଟିଂର କୌଣସି ବି ଘଟଣା ଉପରେ ପ୍ରତିକ୍ରିୟା ନାହିଁ । ସିଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କୋର୍ଟ କହିଛନ୍ତି ସମ୍ବୋଧିତ ସଚିବଙ୍କ ନୂଆ ହଲଫନାମା ଦାୟର କରିବା ଉପରେ କୋର୍ଟକୁ ସୁନିଶ୍ଚିତ କରାନ୍ତୁ । ସଚିବଙ୍କୁ ଆମେ ଜଣାଇବାକୁ ଚାହୁଁ କି ସେ ଆବେଦନକାରୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନ ଉପରେ ସେ କ’ଣ ଭାବୁଛନ୍ତି । କିନ୍ତୁ ଏବେ ଯେଭଳି ଅଯଥା ଜବାବ ଏଥିରେ ଦିଆଯାଇଛି ତାହା ଯେଭଳି ଆଗକୁ ନକରନ୍ତୁ । ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ । ଆବେଦନକାରୀଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାରେ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦେବ କହିଛନ୍ତି କି ଏଥିରେ ଅଭିବ୍ୟକ୍ତିର ସ୍ୱାଧୀନତା ସାମିଲ ରହିଛି । ଏହା ଉପରେ ଚିଫ୍ ଜଷ୍ଟିସ୍ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଅଭିବ୍ୟକ୍ତିର ସ୍ୱାଧୀନତା ସେହି ସ୍ୱାଧୀନତା ମଧ୍ୟରୁ ଗୋଟିଏ ଯାହାର ଦୁରୂପଯୋଗ ଅଧିକ କରାଯାଉଛି । ଜାମିୟତ ଉଲେମା-ଏ-ହିନ୍ଦ୍, ପିସ୍ ପାର୍ଟି, ଡିଜେ ହଲ୍ଲି ଫେଡେରେସନ୍ ଅଫ୍ ମସ୍ଜିଦ୍ ମଦାରିସ୍, ୱାକଫ୍ ଇନ୍ଷ୍ଟିଚ୍ୟୁଟ୍ ଓ ଅବଦୁଲ୍ କୁଦ୍ଦୁସ୍ ଲସ୍କର ପକ୍ଷରୁ ଦାୟର ଆବେଦନରେ ଏହା ଅଭିଯୋଗ କରାଯାଇଛି କି ମିଡିଆ ରିପୋର୍ଟିଂ ଏକତରଫା କରାଯାଉଛି ଓ ମୁସ୍ଲିମ୍ ସମୁଦାୟକୁ ଭୁଲ୍ ଭାବେ ଚିତ୍ରଣ କରାଯାଉଛି ।

Leave A Reply

Your email address will not be published.