ହାତ କାଟିବା, ଆଖି ତାଡ଼ିନେବା ଭଳି ଉତ୍ତେଜକ ବୟାନ ଦେଇ ଗିରଫ ହେଲେ କଂଗ୍ରେସ ନେତା

0 79

ଲକ୍ଷେ୍ନø : ହାଥରସ୍ ମାମଲାରେ ଉତ୍ତେଜକ ବୟାନ ଦେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶ୍ୟୋରାଜ ଜୀବନକୁ ଗିରଫ କରାଯାଇ ପୋଲିସ ପଚରାଉଚୁରା ଜାରି ରଖିଛି । ହାଥରସ୍ରେ କଥିତ ଗ୍ୟାଙ୍ଗରେପ୍ ପୀଡ଼ଇତାଙ୍କ ପରିବାରକୁ ସାକ୍ଷାତ ପାଇଁ ଯାଇଥିବା ଶ୍ୟୋରାଜ ଜୀବନଙ୍କ ଉତ୍ତେଜକ ବୟାନର ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ପୋଲିସ ବୁଧବାର ଶ୍ୟୋରାଜ ଜୀବନଙ୍କ ବିରୋଧରେ ସଂଗୀନ ଧାରା ଦାୟର କରି କେସ୍ ରୁଜ୍ଜୁ କରିଛି । ଆଲ୍ଲିଗଡ଼ ଥାନା ଗାନ୍ଧି ପାର୍କ କ୍ଷେତ୍ର ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ପୋଲିସ ସମନ ପଠାଇଥିଲା । ଗୁରୁବାର କଂଗ୍ରେସର ଏହି ନେତାଜଣକ ହାଥରସ୍ ଥାନା ପହଞ୍ôଚଥିଲେ । ଏହି ସମୟରେ ସେ ଗଣମାଧ୍ୟମ ସମ୍ମୁଖରେ କିଛି ବି କହିନଥିଲେ । ସେ କେବଳ ଏତିକି କହିଥିଲେ କି ସେ ଦଙ୍ଗାକାରୀ ନୁହଁନ୍ତି । ତାଙ୍କର ପୂରା ଜୀବନ ତ୍ୟାଗ, ତପସ୍ୟା ଓ ବଳିଦାନରେ କଟିଛି । ସେ ଗତ ୪୦ ବର୍ଷ ଧରି ସଂଘର୍ଷ କରୁଛନ୍ତି । ସର୍ବଦା ସାଂପ୍ରଦାୟିକ ସଦ୍ଭାବନା ବଜାୟ ରଖିଛନ୍ତି । ଗତ ୪୦ ବର୍ଷ ମଧ୍ୟରେ ତାଙ୍କ ବିରୋଧରେ କୌଣସି ଗୋଟିଏ ବି ଏଫ୍ଆଇଆର୍ ଦାୟର କରାଯାଇନାହିଁ । ସେ ଆହୁରି କହିଛନ୍ତି କି ଆଲ୍ଲିଗଡ଼ ଏକ ସମ୍ବେଦନଶୀଳ ଜିଲ୍ଲା ଅଟେ । ବର୍ତ୍ତମାନ ଆଲ୍ଲିଗଡ଼ରେ ମୁତୟନ ଥିବା ଅଧିକାରୀଙ୍କ ଉପରେ ତାଙ୍କର ପୂରା ଭରସା ରହିଛି । ହାଥରସ୍ରେ କଥିତ ଗ୍ୟାଙ୍ଗରେପ୍ ମାମଲାକୁ ଆଳ କରି ଦଙ୍ଗା ଭିଆଇବା ଷଡ଼ଯନ୍ତ୍ର ରଚିବାକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟରେ କଂଗ୍ରେସ ନେତା ଶ୍ୟୋରାଜ ଜୀବନଙ୍କ ଏକ ଧମକପୂର୍ଣ୍ଣ ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ଶ୍ୟୋରାଜ୍ ଅଭିଯୁକ୍ତଙ୍କ ହାତ କାଟିବା, ଆଖି ତାଡ଼ିନେବା ଭଳି ଧମକ ଦେଇଥିବା ନଜର ଆସିଥିଲା ।

Leave A Reply

Your email address will not be published.