ବିହାର ବିଧାନସଭା ନିର୍ବାଚନ : ୩୦ ଷ୍ଟାର ପ୍ରଚାରକ କରିପାରିବେ ନିର୍ବାଚନ ପ୍ରଚାର

0 75

ପାଟନା : ବିହାର ବିଧାନସଭା ନିର୍ବାଚନ ଓ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ରାଜନୈତିକ ଦଳଙ୍କ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ୪୦ ପରିବର୍ତ୍ତେ ଏବେ ୩୦ଜଣ ହେବା ନିର୍ଦ୍ଧାରିତ କରାଯାଇଛି । ନିର୍ବାଚନ ଆୟୋଗ ଗୁରୁବାର ସଂଶୋଧିତ ଦିଶା ନିର୍ଦ୍ଦେଶ ଜାରି କରି କହିଛନ୍ତି କି ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ମାନ୍ୟତାପ୍ରାପ୍ତ ଦଳଙ୍କ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ୩୦ କରାଯାଇଥିବାବେଳେ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳଙ୍କ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ୨୦ ପରିବର୍ତ୍ତେ ୧୫ କରାଯାଇଛି । ଆୟୋଗଙ୍କ ଅନୁସାରେ କରୋନା ମହାମାରୀଙ୍କୁ ନଜରରେ ରଖି ଏଭଳି ନିର୍ଣ୍ଣୟ ନିଆଯାଇଛି । ଅନ୍ୟପକ୍ଷରେ ରାଜନୈତିକ ଦଳରଙ୍କ ଦ୍ୱାରା ଷ୍ଟାର ପ୍ରଚାରକଙ୍କ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି । ନାମାଙ୍କନ ଭରିବାର ୧୦ ଦିନ ଭିତରେ ରାଜନୈତିକ ଦଳମାନେ ସେମାନଙ୍କ ଷ୍ଟାର ପ୍ରଚାରକଙ୍କ ସୂଚୀ ଆୟୋଗଙ୍କୁ ପ୍ରଦାନ କରିବେ ।

Leave A Reply

Your email address will not be published.